ପୁରୀ:କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ଆସନ୍ତା ଏପ୍ରିଲ ୪ତାରିଖଠାରୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆସନ୍ତା ରବିବାର ଠାରୁ ଭକ୍ତଙ୍କ ପାଇଁ ମନ୍ଦିର ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।ଗତ ବର୍ଷ କରୋନା ଆରମ୍ଭରୁ ମନ୍ଦିରକୁ ବନ୍ଦ କରାଯାଇଥିଲା । ପରେ ଦୀର୍ଘଦିନ ଧରି ମନ୍ଦିରକୁ ବନ୍ଦ ରଖାଯାଇଥିଲା । ନିକଟରେ ମନ୍ଦିର ଖୋଲିଥିଲେ ମଧ୍ୟ ରବିବାର ଦର୍ଶନ ବନ୍ଦ ରହୁଥିଲା । ହେଲେ କରୋନା ସଂକ୍ରମଣ କମିବା ପରେ ପ୍ରତିଦିନ ଦର୍ଶନ ବ୍ୟବସ୍ଥା ହୋଇଥିଲା । ହେଲେ ଏବେ ପୁଣି କରୋନା କାୟା ବଢିବାରୁ ମନ୍ଦିର ପ୍ରଶାସନ କଟକଣା ଜାରି କରିଛନ୍ତି ।
ରବିବାର ଶ୍ରୀମନ୍ଦିର ରେ ଦର୍ଶନ ବନ୍ଦ।
