ପୁରୀ ଆକାଶରେ ସୂର୍ଯ୍ୟକିରଣ, ରିହର୍ସଲ ଦେଖିଲେ ଶହସ୍ରାଧିକ ଲୋକେ

ପୁରୀ: ରାଜଧାନୀ ଭୁବନେଶ୍ୱର ପରେ ଆଜି ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ । ଆସନ୍ତାକାଲି ପୁରୀରେ ଶୋ’ ହେବାକୁ ଥିବାବେଳେ ଆଜି ଫୁଲ ଡ୍ରେସ ରିହର୍ସାଲ କରିଛି ସୂର୍ଯ୍ୟକିରଣ ଟିମ୍ । ଆସନ୍ତାକାଲି ପାଗ ଖରାପ ହେବାର ସମ୍ଭାବନା ରହିଥିବାରୁ ଆଜି ଶୋ’ରେ ଯୋଗଦେବାକୁ ପରାମର୍ଶ ଦେଇଥିଲା ଜିଲ୍ଲା ପ୍ରଶାସନ । ରାଜଭବନ ପାର୍ଶ୍ବ ବ୍ଲୁ ଫ୍ଲାଗ ବିଚରେ ଶେଷ ହୋଇଛି ଚିତ୍ତାକର୍ଷକ ଏୟାର ଶୋ’ ।

ପ୍ରଥମ ଥର ପାଇଁ ପୁରୀରେ ସୂର୍ଯ୍ୟକିରଣ ଶୋ ଆୟୋଜିତ ହେଉଛି । ପୂର୍ବରୁ ଗ୍ରାଉଣ୍ଡ ଚେକିଂ କରାଯିବା ପରେ ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । କାଲି ପାଗ ଖରାପ ରହିବା ଆଶଙ୍କା ଥିବାରୁ ସୂର୍ଯ୍ୟକିରଣ ଶୋ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଆଜି ରିହର୍ସାଲରେ ହଜାର ହଜାର ଲୋକେ ଏୟାର ଶୋ’ କୁ ଦେଖିଥିଲେ ।

Leave a Reply

Your email address will not be published. Required fields are marked *