ଅନୁଗୋଳ: ଅନୁଗୋଳ ସଭାଘର ଠାରେ ଆସନ୍ତା ୧୪-ତାରିଖ ରୁ ହେବକୁ ଯାଉଛି ରାଜ୍ୟ ସ୍ଥରୀୟ ସୁର- ତାଲ ସଂସ୍କୃତିକ ଉତ୍ସବ। ଅନୁଗୋଳ ର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ଉତ୍ସବ ର ଆୟୋଜନ କରାଯିବା ପାଇଁ ଯୋଜନା ଥିବା ସୁର- ତାଲ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଦୁଇ ଦିନ ଧରି ,ଏହି ପ୍ରତିଯୋଗିତାର ଆୟୋଜନ ପାଇଁ ଯୋଜନା ରହିଥିବା ବେଳେ ୧୪ ତାରିଖରେ ସମସ୍ତ ବିଭାଗ ପାଇଁ ଏକକ ନୃତ୍ୟ ଓ ଦଳଗତ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯିବ। ସେହିପରି ୧୫ ତାରିଖ ଦିନ ରଙ୍ଗଭରୋ, ଚିତ୍ରଙ୍କନ ଓ ଲଘୁ କଣ୍ଠ ସଙ୍ଗୀତ ପ୍ରତିଯୋଗିତାର ଆୟୋଜନ କରାଯିବ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥା ର ସଭାପତି,ସମ୍ପାଦକ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯୋଗଦେଇ ଏହି ସୂଚନା ଦେଇଥିଲେ। ଏହା ଛଡା ବରଗଡ଼ ଧନୁଯାତ୍ରା ର କିଛି ଅଂଶ ଏଠାରେ ପରିବେଷଣ ଯୋଜନା ଥିବା ବେଳେ ଏହା ହିଁ ଏହି ସାଂସ୍କୃତିକ ସନ୍ଧ୍ୟାର ଆକର୍ଷଣ ବୋଲି କୁହାଯାଇଛି।
ଆସନ୍ତା ୧୪ ରୁ ହେବ ୨୩ ତମ ସୂର-ତାଲ ଉତ୍ସବ ।
