ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵର ଉପକଣ୍ଠ କୁଆଖାଇ ନଦୀପଠାରେ ଥିବା ବାଲିଯାତ୍ରା ପଡ଼ିଆରେ ଆଜି ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’ ସଫଳତାର ସହିତ ସଂପନ୍ନ ହୋଇଛି। ଆଜି ପୂର୍ବାହ୍ନ ୧୦ଟା ୨୦ ମିନିଟରେ ଏହି ଏୟାର ସୋ’ରେ ୯ଟି ହକ୍ ବିମାନ ସାମିଲ ହୋଇଥିଲେ। ବିମାନଗୁଡ଼ିକ ୫ଶହରୁ ୧ହଜାର ଫୁଟ୍ ଉଚ୍ଚରେ ନିଜର କଳାକୌଶଳ ପ୍ରଦର୍ଶନ କରିଥିଲେ। କୁଆଖାଇ ନଦୀପଠାର ଉଭୟ ପାର୍ଶ୍ବରେ ଲକ୍ଷାଧିକ ଦର୍ଶକ ଏୟାର ସୋ’ର ମଜା ନେଇଥିଲେ। କର୍ଣ୍ଣାଟକରୁ ଆସିଥିବା ୯ଟି ହକ୍ ବିମାନରେ ବାୟୁବୀରମାନେ ପ୍ରାୟ ୨୦ ମିନିଟ ଯାଏଁ  ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିଥିଲେ।

Advertisement

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ନିରାପତ୍ତା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ସେହିପରି ଓଡ୍ରାଫ୍ ଟିମ୍ ସହ ୪୫ ସେକ୍ସନ୍ ଫୋର୍ସ ମୁତୟନ ଥିଲେ। ପ୍ରାୟ ୧୦୦ ଜଣ ପୁଲିସ ଅଧିକାରୀ ମଧ୍ୟ ମୁତୟନ ଥିଲେ। ପୂର୍ବରୁ କୁହାଯାଇଥିଲା ଯେ, ଏୟାର ସୋ’ ଦେଖିବା ପାଇଁ ପ୍ରାୟ ୫୦୦୦୦ ଲୋକ କୁଆଖାଇ ନଦୀପଠାରେ ପହଂଚିବେ। ବାସ୍ତବ ପକ୍ଷେ ଏହି ସୋ’ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କର ଭିଡ଼ ହୋଇଥିଲା

ଅଧିକ ଫୋଟୋ ଦେଖନ୍ତୁ

Leave a Reply

Your email address will not be published. Required fields are marked *