ଆବୁଧାବି : ଆଜି ଠାରୁ ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପ୍ । ଉଦ୍ଘାଟନୀ ମୁକାବିଲାରେ ସାଉଥ୍ ଆଫ୍ରିକାକୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି ଅଷ୍ଟ୍ରେଲିଆ । ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ସାଉଥ ଆଫ୍ରିକାକୁ ୫ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ସାଉଥ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୧୮ ରନ୍ କରିଥିବା ବେଳେ ଦୁଇଟି ବଲ ବାକି ଥାଇ ୫ ୱିକେଟ ହରାଇ ମ୍ୟାଚ ଜିତି ନେଇଥିଲା ଅଷ୍ଟ୍ରେଲିଆ ।

ଆଜି ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆଇଡେନ ମାରକାମଙ୍କ ବ୍ୟତୀତ ଦଳର କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ମାରକାମ ସର୍ବାଧିକ ୪୦ ରନ କରିଥିଲେ । କିନ୍ତୁ ସେ ଆଉଟ ହେବା ପରେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୧୮ ରନ ହିଁ କରିପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ଜସ ହାଜେଲଉଡ୍ ଓ ଆଡାମ ଜାମ୍ପା ୨ ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ସ୍କୋର
ଦକ୍ଷିଣ ଆଫ୍ରିକା ୧୧୮/୯ (୨୦)
ଅଷ୍ଟ୍ରେଲିଆ ୧୨୧/୫ (୧୯.୪)
ଆଜିର ୨ୟ ମ୍ୟାଚ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।