୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ଲକ୍ଷ ରେ  ତାଳଚେର ସାର କାରଖାନା! 

ଭୁବନେଶ୍ୱର : ଅନୁଗୋଳ ଜିଲ୍ଲାର ତାଳଚେର ଠାରେ ରାଷ୍ଟ୍ରୀୟ ସଂସ୍ଥା କୋଲ ଇଣ୍ଡିଆ ଲି, ଗେଲ ଇଣ୍ଡିଆ ଲି,ରାଷ୍ଟ୍ରୀୟ କେମିକାଲ ଏଣ୍ଡ ଫର୍ଟିଲାଇଜର ତଥା ଏଫ ସି ଆଇଏଲ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ତାଳଚେର ଫର୍ଟିଲାଇଜର ଲିମିଟେଡ ନାମରେ ଏକ ସରକାରୀ କାରଖାନାର ନିର୍ମାଣ କରୁଛି । ଏଠାରେ ମିଳୁଥିବା ସ୍ଥାନୀୟ କୋଇଲାକୁ ଉପଯୋଗ କରି କୋଇଲା ବାଷ୍ପିକରଣ ପଦ୍ଧତିରେ ୟୁରିଆ ସାର ଉତ୍ପାଦନ କରାଯିବ ଯାହାର ବାର୍ଷିକ କ୍ଷମତା ୧.୨୨ ମିଲିୟନ ଟନ ।

  ସମଗ୍ର ଦେଶରେ ଏହା ପ୍ରଥମ କୋଇଲା ବାଷ୍ପିକରଣ ପଦ୍ଧତିର କାରଖାନା ଯାହା ଅତ୍ୟାଧୁନିକ ଫ୍ୟାନ କୌଶଳକୁ ବ୍ୟବହାର କରି ଅଂଚଳରେ ମିଳୁଥ‌ିବା ସ୍ଥାନୀୟ କୋଇଲାର ଉପଯୋଗ କରିବ ।ନୀତିଗତ ଦୃଷ୍ଟିରୁ ଏହି ପ୍ରକଳ୍ପର ଏକ ଜାତୀୟ ଗୁରୁତ୍ଵ ରହିଛି ଯାହା ସରକାରଙ୍କ ଘରୋଇ ସାର ଉତ୍ପାଦନରେ ଆତ୍ମନିର୍ଭର ହେବା ଲକ୍ଷ୍ୟକୁ ପୂରଣ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲେଇବ । ଦେଶରେ ଉପଲବଧ ହେଉଥ‌ିବା କୋଇଲାକୁ ବିନିଯୋଗ କରି ଏହା ଶକ୍ତି ନିରାପତ୍ତାକୁ ବଢାଇବା ସହିତ ବାହାରୁ ଆମଦାନୀ କରି ଅଣାଯାଉଥ‌ିବା ପ୍ରକୃତିକ ଗ୍ୟାସ ପରିମାଣକୁ ମଧ୍ଯ ହ୍ରାସ କରିବ । ଯାହା ଫଳରେ ଏ ବାବଦକୁ ଖର୍ଚ୍ଚହେଉଥ‌ିବା ବିପୁଳ ପରିମାଣର ଆର୍ଥିକ ବୋଝକୁ ମଧ୍ଯ କମାଇବାରେ ଏହା ସହାୟତା କରିବ । ୨୦୩୦ ମସିହା ସୁଦ୍ଧା ୧୦୦ ମିଲିୟନ ଟନର କୋଇଲା କୁ ବାଷ୍ପିକରଣ
କରାଯିବ ଯେଉଁ ମହତ୍ବାକାଂକ୍ଷା ସରକାରଙ୍କର ରହିଛି ଏହି ପ୍ରକଳ୍ପର ସଫଳତା ସେ ଦିଗରେ ମଧ୍ୟ ଯଥେଷ୍ଟ ସହାୟକ ହେବ । ଏହା ଫଳରେ ସ୍ଥାନୀୟ ଅର୍ଥନୀତି ସୁଦୃଢ ହେବା ସହିତ ନିଯୁକ୍ତି କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି କରିବ ।୧୨ ହଜାର ୨୫୦ କୋଟି ଟଙ୍କାର ଏକ ରାଜିନାମା ରେ ସ୍ଵାକ୍ଷର କରି ତାଳଚେର ଫର୍ଟିଲାଇଜର ଲିମିଟେଡ ଏହାର ବିତ୍ତୀୟ ସମାପନ ହାସଲ କରିସାରିଛି । ଏହି ରାଜିନାମା ସ୍ବାକ୍ଷରିତ
ହୋଇଥିଲା ଏଇ ୨୦୨୫ ମସିହାର ସେପ୍ଟେମ୍ବର ମାସ ୨୬ ତାରିଖରେ । ପରେ ପରେ ଯୌଥ ଉଦ୍ୟୋଗର ଅଂଶୀଦାର ଭାବରେ କୋଲ ଇଣ୍ଡିଆ ଲି, ଗେଲ ଇଣ୍ଡିଆ ଲି ଓ ଆର.ସି.ଏଫ ମଧ୍ଯ ରୁଣ ପ୍ରଦାନ କରୁଥିବା ସଂସ୍ଥା ଗୁଡିକର ପ୍ରମୁଖ ଅନୁଷ୍ଠାନ ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରତିନିଧୂଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ । ଏହା ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥୁଲା, ଏଇ ଅକ୍ଟୋବର ମାସର ୧୮ ତାରିଖରେ । ଏହା ତାଳଚେର ଫର୍ଟିଲାଇଜର ଲିମିଟେଡ ପ୍ରକଳ୍ପର ସଂପୂର୍ଣ୍ଣ କରାଯିବା ପ୍ରତି ଅଂଶିଦାର ମାନଙ୍କର ପ୍ରତିବଦ୍ଧତାକୁ ହିଁ ଦର୍ଶାଉଛି ।ପ୍ରକଳ୍ପର ଇତିମଧ୍ୟରେ ପାଖାପାଖୁ ଶତକଡା ୭୦ ଭାଗ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି ।
ଅପସାଇଟ, ଜଳଯୋଗାଣ, ବିଦ୍ୟୁତ ସଂଯୋଗି କରଣ ତଥା ଅନାନ୍ୟ ଯୋଗାଯୋଗ ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟ ଗୁଡିକ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାଛଡା ପ୍ରମୁଖ ଯନ୍ତ୍ରପାତି ଗୁଡିକର ସ୍ଥାପନ ମଧ୍ଯ ଦୁର୍ଗତିରେ ଆଗେଇ ଚାଲିଛି । ୟୁରିଆ ପ୍ରିଲିଙ୍ଗ ଟାୱାର, କୋଲ ଗ୍ୟାସିଫିକେସନ ଓ ବୟଲର ଚିମିନୀ
ଗୁଡିକର ନିର୍ମାଣ ମଧ୍ଯ ଶେଷ ହୋଇ ସାରିଛି । ଗୁଣ୍ଡ କୋଇଲା ପ୍ରସ୍ତୁତି କରଣ ଓ ମୁଖ୍ୟ ୟୁରିଆ ପ୍ଲାଣ୍ଟର କାର୍ଯ୍ୟ ତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସବୁ ଗୁରୁତ୍ଵପୂର୍ଣ୍ଣ ଯନ୍ତ୍ରପାତି ଯାହା କୋଇଲା ଗ୍ୟାସିଫିକେସନସମେତ ଆମୋନିଆ ୟୁରିଆ ୟୁନିଟରେ ବ୍ୟବହୃତ ହେବ, ଏବଂ ସେଗୁଡିକ ପ୍ରକଳ୍ପ
ପରିସର ଭିତରେ ପହଞ୍ଚି ସାରିଛି ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସିଇସ୍ତହାର ମାଧ୍ୟମରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *