TFL ପରିସରରେ CISF ପକ୍ଷରୁ ବୃକ୍ଷ ରୋପଣ।

ତାଳଚେର :- ଅନୁଗୋଳ ଜିଲାର ତାଳଚେର ରେ ହେବାକୁ ଥିବା ତାଳଚେର ଫାର୍ଟିଲାଇଜର ଲିମିଟେଡ଼(TFL) ସୁରକ୍ଷା ଦିତ୍ୱରେ ଥିବା CISF ୟୁନିଟ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। CISF ବ୍ୟରେକ ପରିସରରେ ଏହୂ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ତାଳଚେର ସାର କାରଖାନା ର ଡାରେକ୍ଟର ଅପରେଶନ ସଞ୍ଜୟ ଆରୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ ।

ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ମହା ପ୍ରବନ୍ଧକ ପଞ୍ଚାନନ ହାଲଦାର , ବି ଗୋ ସ୍ୱାମୀ ଓ ପ୍ରୋଜେକ୍ଟ କୋଡ଼ି ନେଟର ସୁମନ୍ତ କାମର ପ୍ରଧାନ ଅତିଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ CISF ଯବାନ ଓ ଗ୍ରାମବାସୀ ମାନକୁ ବୁଝାଇ ଥିଲେ।

Leave a Reply

Your email address will not be published. Required fields are marked *