ମାସେ ଥିଲା ଚାକିରି: ଘଷା ମୋଡା ଖାଇ ଶିକ୍ଷକ ନିଲମ୍ବିତ

ଅନୁଗୋଳ: ଛାତ୍ର ଛାତ୍ରୀଙ୍କ ଠାରୁ ଘଷାମୋଡ଼ା ଖାଇ ଶିକ୍ଷକ ନିଲମ୍ବିତ । ଏହାସହ ପ୍ରଧାନ ଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକଙ୍କ ଦରମା ବନ୍ଦ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଜିଲ୍ଲାର ଅନୁଗୋଳ ବ୍ଲକ୍‌ ଶରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆସିଷ୍ଟାଣ୍ଟ୍ ଶିକ୍ଷକ ମହେଶ୍ବର ମିଶ୍ରଙ୍କୁ ବ୍ଲକ୍‌ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ ନିଲମ୍ବିତ କରିଛନ୍ତି। ଏହା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ସ୍କୁଲ୍ ପ୍ରଧାନଶିକ୍ଷକ ଏବଂ ଅନ୍ୟ ଜଣେ ସହକାରୀ ଶିକ୍ଷକଙ୍କ ମଧ୍ୟ ଦରମା ମଧ୍ୟ ବନ୍ଦ ସହ କାରଣ ଦର୍ଶାଅ ନୀତିଶ ଜାରିକରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।

ସୂଚନାନୁସାରେ ଅନୁଗୋଳ ବ୍ଲକ୍‌ ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ବିଦ୍ୟାଳୟ ଶ୍ରେଣୀ ଗୃହରେ ଶ୍ରୀ ମିଶ୍ର ଚୌକି ଉପରେ ଶୋଇଥିବା ବେଳେ ୫ ରୁ ୭ ଜଣ ଛାତ୍ର ଛାତ୍ରୀ ସାର୍‌ଙ୍କୁ ଘଷାମୋଡ଼ା କରୁଥିଲେ । ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସ୍କୁଲ ରେ ନଥିବା ବେଳେ ଗାଁ ରେ ବୁଲୁଥିଲେ ଏବଂ ଅନ୍ୟ ଜେନ ସହକାରୀ ଶିକ୍ଷକ ବିଦ୍ୟାଳୟ ଶ୍ରେଣୀ ଗୃହରେ ନ୍ରାହୀ ବାହାରେ ବୁଲୁଥିବା ବିଇଓ ଦେଖିବାକୁ ପାଇଥିଲେ । କେବଳ ଜଣେହିଁ ଶିକ୍ଷତ୍ରି ଶ୍ରେଣୀ ଗୃହରେ ପିଲାଙ୍କୁ ପାଠ ପଢାଉଥିବା ଦେଖିଥିଲେ । ସଂପୂର୍ଣ୍ଣ ଘଟଣା ରେ ବ୍ଲକ ଶିକ୍ଷା ଅଧିକାରୀ ଶୋଇଥିବା ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଦୁଇ ଶିକ୍ଷକଙ୍କର ଦରମା ବନ୍ଦ କରାଜୀବ ସହ କାରଣ ଦର୍ଶାଅ ନୋଟିଶ ଜାରିକରିଥିବା  ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *