ପାଣିପାଗ ବିଭାଗର ପୂର୍ବାନୁମାନ: ଦୁଇ ଦିନ ପରେ ଆହୁରି ତାତିବ ଓଡିଶା ତାପମାତ୍ରା ଛୁଇଁପାରେ ୪୫ ଡିଗ୍ରି?

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। ସକାଳ ୮ଟାରୁ ମଧ୍ୟାହ୍ନ ୫ଟା ପର୍ଯ୍ୟନ୍ତ ବାହାରିକୁ ବାହାରିବା ମୁସ୍କିଲ ହୋଇପଡ଼ିବ। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୫ ତାରିଖ ଠାରୁ ୨୭ ଯାଏଁ ରାଜ୍ୟର ତାପମାତ୍ରା ୫ ଡିଗ୍ରି ଯାଏଁ ଅଧିକ ହୋଇପାରେ। ଯଦି ପାଣିପାଗ ବିଭାଗର ଅନୁମାନ ସତ ହୁଏ, ତା’ହେଲେ ରାଜ୍ୟର ତାପମାତ୍ରା ସେହି ସମୟରେ ପାଖାପାଖି ୪୬ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ରହିପାରେ।ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରଚଣ୍ଡ ଗୀଷ୍ମ ଲହର ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଉତ୍ତପ୍ତ-ଶୁଷ୍କ ବାୟୁ ଏବଂ ଅତ୍ୟାଧିକ ସୂର୍ଯ୍ୟ ଉତ୍ତାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଆଗାମୀ ୩ ଦିନ ମଧ୍ୟରେ ୩ ରୁ ୫ ଡ଼ିଗ୍ରି ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୪୦ଡ଼ିଗ୍ରିରୁ ଅଧିକ ତାତି ଅନୁଭୂ୍ ହେବ।ଆସନ୍ତା ୨୫ରୁ ୨୭ ମଧ୍ୟରେ ପ୍ରବଳ ଖରା ହେବ ବୋଲି ପୂର୍ବାନୁମାନ କରାଯାଇଛି। ୨୫ ତାରିଖରେ ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପ୍ରବଳ ଖରା ହୋଇପାରେ। ସୋନପୁର, ବୌଦ୍ଧ, ବଲାଙ୍ଗୀର ସମତେ ମୟୂରଭଂଜରେ ୨୬ ତାରିଖରେ ଗ୍ରୀଷ୍ମ ପ୍ରବାହ ବଢ଼ିବ। ୨୭ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଂଜ ସହିତ କଳାହାଣ୍ଡିରେ ଅଧିକ ତାପମାତ୍ରା ଅନୁଭୂତ ହୋଇପାରେ।ପାଣିପାଗ ବିଭାଗ ଏହି ସହରଗୁଡ଼ିକରେ ତାପମାତ୍ରା ୩ରୁ ୫ ଡିଗ୍ରି ଯାଏଁ ବଢ଼ିବା ଆଶଙ୍କା କରିଛି। ସେହିଭଳି ରାଜ୍ୟର ଅଧିକାଂଶ ସହରରେ ୪୦ରୁ ଅଧିକ ତାପମାତ୍ରା ଅନୁଭୂତ ହୋଇପାରେ। କିନ୍ତୁ ଆସନ୍ତାକାଲିର ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିପାରେ।

Leave a Reply

Your email address will not be published. Required fields are marked *