ତତଲା କଡେଇରେ ଓଡ଼ିଶା: ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୨୧ ଟି ସ୍ଥାନରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ ଠାରୁ ଅଧିକ ରେକର୍ଡ କରାଯାଇଛି। ଅନୁଗୋଳରେ  ସର୍ବାଧିକ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ୪୦.୨ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କଟକରେ ସର୍ବାଧିକ ୪୦.୫ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ସୋମବାର ଟ୍ୱିନ ସିଟି ସହ ରାଜ୍ୟର ୨୧ ସ୍ଥାନରେ ତାପମାତ୍ରା ୪୦ ଉପରେ ରେକର୍ଡ କରାଯାଇଛି । ବଲାଙ୍ଗିରରେ ୪୩.୨, ବାରିପଦାରେ ୪୨, ଝାରସୁଗୁଡ଼ାରେ ୪୧.୮, ସମ୍ବଲପୁର ୪୧.୩, ଟିଟିଲାଗଡ଼ ୪୧.୭, ସୋନପୁର ୪୧.୬, ବୌଦ୍ଧ ୪୨, ଭବାନୀପାଟଣା ୪୧, ହୀରାକୁଦ ୪୦.୭, ସୁନ୍ଦରଗଡ଼ ୪୨, କେନ୍ଦୁଝର ୪୧, କେନ୍ଦ୍ରାପଡ଼ା ୪୦.୫ । ନୂଆପଡ଼ା, ଦେଓଗଡ଼, ଯାଜପୁର, ଭଦ୍ରକ ରେ ୪୦ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *