ଅନୁଗୋଳ: ଆରମ୍ଭ ହୋଇଛି ଆଲୁମିନିୟମ ନଗରୀ ଅନୁଗୋଳ ନାଲକୋ ର ଓଡିଶା ପ୍ରସିଦ୍ଧ ବିଶ୍ଵକର୍ମା ପୂଜା । ଏଥର ପୂଜାକୁ ଆକର୍ଷଣୀୟ କରୁଛି ଭଳିକି ଭଳି ସୁଉଚ ତୋରଣ ସାଙ୍ଗକୁ ସାଜସଜା ମଧ୍ୟରେ ପୂଜା ପାଉଛନ୍ତି ଦେବଶିଳ୍ପୀ । ଏଥର ନାଲକୋ ନଗର ର ୧୭ ରୁ ଅଧିକ ମଣ୍ଡପରେ ଦେବଶିଳ୍ପୀ ଙ୍କୁ ଆରାଧନା କରାଯାଉଛି ।

ଆଜି ଧରାବତରଣ କରିଛନ୍ତି ଦେବ ଶିଳ୍ପୀ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମା । ଏଊ ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ଓଡିଶାର ଆଲୁମିନିୟ ମାନରୀ ନାଲକୋ । ନାଲକୋ ର ବିଭିନ୍ନ ବିଭାଗ ପକ୍ଷରୁ ଯଥା ପଟଲାଇନ , କାଷ୍ଠହାଉସ ଏ , କାଷ୍ଠହାଉସ ବି , ମେଟାଲିକ ଡିପାର୍ଟମେଣ୍ଟ, କାର୍ବନ ଏରିଆ ,ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ଆଦି ୧୭ଟି ବିଭାଗ ପକ୍ଷରୁ ଏଥର ବିଶ୍ଵକର୍ମାଙ୍କୁ ପୂଜା କରାଯାଉଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ପୂଜା ଉତ୍ସବ ଚାଲିବ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ଭଳିକି ଭଳି ତୋରଣ ଓ ଆଲୋକ ସଜା ମାନ ନିର୍ମାଣ କରାଯାଇଛି । ବିଦ୍ଧି ଅନୁସାରେ ପୂଜା ମଣ୍ଡପ କର୍ମକର୍ତ୍ତା ମାନେ କଳସ ଯାତ୍ରା ରେ ପାଣି ଆଣିବା ପରେ ମଣ୍ଡପ ରେ ଆରମ୍ଭ ହୋଇଛି ପୂଜା ।

କେଉଁ ମଣ୍ଡପ ଏଥର ମୂର୍ତ୍ତି ସଜାକୁ ଅଧିକ ଗୁରୁତ୍ଵ ଦେଇଛି ତ ଅନ୍ୟକେହି ଆକର୍ଷଣୀୟ ଗେଟ ନିର୍ମାଣ କରିଛି । ପଟଲାଇନ ପୂଜା କମିଟି ଚଳିତ ବର୍ଷ ଦିଲ୍ଲୀ ର ଅକ୍ଷୟ ଧାମ ସଦୃଶ ତୋରଣ ମଧ୍ୟରେ ବିଶ୍ଵବିନ୍ଧାଣି ଙ୍କୁ ଆରାଧନା କରୁଥିବା ବେଳେ କାଷ୍ଟ ହାଉସ ଏ ଲଣ୍ଡନ ର ଆଲବର୍ଟ ହଲ ସଦୃଶ ନିର୍ମିତ ତୋରଣରେ ପୂଜା କରୁଛି ବିଶ୍ଵକର୍ମାଙ୍କୁ । ଆଜି ପୂଜାର ପ୍ରଥମ ଦିନରେ ମଧ୍ୟ ବୋହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ନାଲକୋ ନଗରରେ । ଅନୁଗୋଳ ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଲୋକେ ଏହି ପୂଜାଉତ୍ସବ ଦେଖିବା ପାଇଁ ଏଠାକୁ ଆସୁଥିବାରୁ ଅନେକ ଉଠା ଦୋକାନ ମଧ୍ୟ ଏଠାରେ ଖୋଲିଛି ।

ଆସନ୍ତା ୨୨ ତାରିଖରେ ପୂଜା ସେଷ ହେବାକୁ ଥିବାବେଳେ ୨୩ ତାରିଖ ଭାଷାଣୀ ଉତ୍ସବ ଅନୁଷ୍ଠିତ ହେବ ।
ଅଧିକ ଫୋଟୋ ଦେଖନ୍ତୁ




