ବନ୍ଦ ହେବ ‘କପିଲ ଶର୍ମା ଶୋ’!

ଦର୍ଶକଙ୍କୁ ହସି ହସି ବେଦମ୍‌ କରାଏ ସୋନି ଟିଭିରେ ପ୍ରସାରିତ କପିଲ ଶର୍ମା ଶୋ’। ଚଳିତ ବର୍ଷ ଏହି ଶୋ’ର ନୂତନ ସିଜନ୍‌ ଆସିଥିବାବେଳେ ଏହାର ଟିଆରପି ମଧ୍ୟ ଆଗରେ ରହିଛି। ଶୋ’ରେ ବଲିଉଡ୍‌ର ବରିଷ୍ଠ କଳାକାର ଯୋଗ ଦେଇଥାନ୍ତି। ତେବେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି କମେଡି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଥିବା କୁହାଯାଉଛି। ଏନେଇ ଶୋ’ ପରିଚାଳନା କରୁଥିବା କପିଲ ଶର୍ମା ସୁଟିଂ ସେଟ୍‌ର ଶେଷ ଫଟୋ ମଧ୍ୟ ସେୟାର କରିସାରିଛନ୍ତି।

Advertisement

ଏଥିରେ କପିଲଙ୍କ ସହ ଅର୍ଚ୍ଚନା ପୁରନ୍‌ ସିଂହଙ୍କର ଏକ ଦମଦାର ଫଟୋ ରହିଛି। ଜୁଲାଇରେ ଏହି ଶୋ’ ବନ୍ଦ ହେବାକୁ ଥିବାବେଳେ ଏହି ଟିମ୍‌ ଶେଷ ସୁଟିଂ ମଧ୍ୟ କରିସାରିଛନ୍ତି। ଏହା ପରେ କପିଲ ଶର୍ମା ଏବଂ ତାଙ୍କ ଟିମ୍‌ ଆମେରିକା ବାହାରିବେ। ଅବଶ୍ୟ ଏଥିରୁ ବାଦ୍‌ ପଡ଼ିବେ ଅର୍ଚ୍ଚନା। ତେଣୁ କପିଲ ଓ ଅର୍ଚ୍ଚନା ଉଭୟଙ୍କ ଫଟୋ ସେୟାର କରାଯାଇଥିଲାବେଳେ ଅର୍ଚ୍ଚନାଙ୍କୁ ରାଣୀ ବୋଲି ସମ୍ବୋଧନ କରିଥିଲେ କପିଲ

Leave a Reply

Your email address will not be published. Required fields are marked *