ଅନୁଗୋଳ ସହରକୁ ସଫା କରିବ ମେସିନ  

ଦିନକୁ ଦିନ ବଢି ଚାଲିଛି ଅନୁଗୋଳରେ ପ୍ରଦୁ୍ୟଷଣ । ଏହି ପ୍ରଦୁ୍ୟଷଣ କୁ ରୋକିବା ଦିଗରେ ପଦକ୍ଷେପ ନେଇଛି ଅନୁଗୋଳ ପୌର ପ୍ରସାଶନ । ପୌର ପ୍ରଶାସନ ତରଫରୁ ମେକାନିକାଲ ସ୍ୱିପିଙ୍ଗ ମେସିନ ଯାନ୍ତ୍ରୀକ ଗାଡିକୁ ଉଦ୍ଘାଟନ କରାଯାଇଛି । ଅନୁଗୋଳ ପୌର ପାଳିକାର ନଗର ପାଳ ଅକ୍ଷୟ ସାମନ୍ତ ଏହାକୁ ଉଦଘାଟନ କରିଛନ୍ତି ।

Advertisement

୩୫ ଲକ୍ଷ ଟଙ୍କା ବିନିମୟରେ ଏହି ମେକାନିକାଲ ସ୍ୱିପିଙ୍ଗ ଗାଡି ଲୋକଙ୍କ ସେବାରେ ଲାଗିପାରିବ । ଏହାଦ୍ୱାରା ଅତ୍ୟାଧୁନି କଉପାୟରେ ରାସ୍ତା ସଫେଇ କରାଯିବା ସହ ପ୍ରଦୂଷଣର ମାତ୍ରା କମାଇବାରେ ବିଶେଷ ସହାୟକ ହେବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଗାଡିକୁ ଜନ ସାଧାରଣଙ୍କ ସେବା ଉଦ୍ଧେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । ସୋମବାର ପୂର୍ବାହ୍ନରେ ଗାଡ଼ିର ପୂଜାର୍ଚ୍ଚନା କରାଯାଇଛି। ଆସନ୍ତା ୧୫ ତାରିଖରୁ ଏହି ଗାଡ଼ି ସହର ସଫା କାର୍ଯ୍ୟରେ ଲାଗିବ ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି।

ପୌର ନିର୍ବାହୀ ଅଧିକାରୀ କହିଛନ୍ତି, ଜାତୀୟ କ୍ଲିନ୍‌ ଏୟାର ପ୍ରୋଗ୍ରାମ(ଏନ୍‌ସିଏପି) ପକ୍ଷରୁ ପୌରପାଳିକାକୁ ମୋଟ ୯୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେଥିରୁ ୩୫ ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ଗାଡ଼ି ଅଣାଯାଇଛି। ପ୍ରଦୂଷିତ ସହର ହୋଇଥିବାରୁ ଅନୁଗୋଳ ପୌରାଞ୍ଚଳ ସଫେଇ ପାଇଁ ପ୍ରଥମ କରି ଝାଡ଼ୁ ମାରୁଥିବା ମେଶିନ ଅଣାଯାଇଛି। ପରବର୍ତ୍ତୀ ସମୟରେ ପାଣି ସିଞ୍ଚନ ପାଇଁ ମେଶିନ୍‌ ଆସିବ। ଏଥିସହ ସହରକୁ ପ୍ରଦୂଷଣ ମୁକ୍ତ କରାଯିବାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଉକ୍ତ ଟଙ୍କା ଖର୍ଚ୍ଚ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *