ଲଗାଣ ବର୍ଷା ଫଳରେ ରେଳଧାରଣାରେ ଖସିଲା ପଥର: ଟନେଲରେ ଫସିଲା ମାଲବାହୀ ଟ୍ରେନ୍‌

ରାୟଗଡ଼ା: ଲଗାଣ ବର୍ଷା ଯୋଗୁଁ  ବେହାଲ ସାରା ରାଜ୍ୟ । ବର୍ଷା ଆହୁରି ହେବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଭାଲୁମୁସ୍କା ଷ୍ଟେସନ ନିକଟ ରେଳ ଧାରଣା ଉପରେ ପଡିଛି ଏକ ବିରାଟ ପଥର ଖଣ୍ଡ । ଫଳରେ ଟନେଲ ଭିତରେ ଫଶୀ ରହିଛି ଏକ ବାଲବାହୀ ଟ୍ରେନ

 ରାୟଗଡା-କୋରାପୁଟ ରେଳଲାଇନ୍‌ର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଭାଲୁମୁସ୍କା ଷ୍ଟେସନ ନିକଟ ରେଳ ଧାରଣା ଉପରେ ଆଜି ଅପରାହ୍‌ଣରେ ପଥର ଓ ମାଟି ଅତଡା ଖସିଛି। ପାହାଡିଆ ସ୍ଥାନ ହୋଇଥିବାରୁ ରେଳଧାରଣା ଉପରେ ବିଶାଳ ପଥର ପଡ଼ିଥିବା ବେଳେ ମାଟି ଅତଡା ମଧ୍ୟ ଖସିଛି। ଫଳରେ ଟନେଲ ଭିତରେ ଏକ ମାଲବାହୀ ଟ୍ରେନ୍‌ ଫସି ରହିଛି। ସୌଭାଗ୍ୟ ବଶତଃ ଏହି ଅଘଟଣରେ କାହାରି କିଛି କ୍ଷତି ହୋଇନାହିଁ।

Leave a Reply

Your email address will not be published. Required fields are marked *