ସାତକୋଶିଆ ପାଇଁ ଖୁସି ଖବର, ମହାନଦୀ ଗଣ୍ଡରେ ଘଡ଼ିଆଳ ଅଣ୍ଡାରୁ ଜନ୍ମ ନେଲେ ୩୨ଟି ଛୁଆ.

ଅନୁଗୋଳ : ଅନୁଗୋଳ ଜିଲା ସାତକୋଶିଆରେ ପୁଣିଥରେ ଖୁସି ଖବର । ଗତ କାଲି ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ଘଡ଼ିଆଳ ଅଣ୍ଡାରୁ ୩୨ଟି ଛୁଆ ଜନ୍ମ ନେଇଛନ୍ତି । ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏହା ଦେଖିଥିଲେ। ଏହାଛଡା ସେଠାରେ ଲଗାଯାଇଥିବା କ୍ୟାମେରାରେ ଘଡ଼ିଆଳ ଛୁଆ ଓ ମାର ଫୋଟ ମଧ୍ୟ ଉତ୍ତୋଳନ ହୋଇଛି। ତେଣୁ ସେଠାରେ ବନ କର୍ମଚାରୀ ମାନେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି। ସେ ଅଞ୍ଚଳକୁ କୌଣସି ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ଏବଂ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଅ ଯାଇଛି ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା କହିଛନ୍ତି । ଘଡ଼ିଆଳ ଛୁଆ ମାନଙ୍କୁ ମା ଘଡ଼ିଆଳ ଜଗି ରହିଛି।

Advertisement

ଘଡ଼ିଆଳ ଭଳି ଏକ ବିରଳ ପ୍ରଜାତିର କୁମ୍ଭୀର ଏଠାରେ ପ୍ରାକୃତିକ ପରିବେଶରେ ବଂଶ ବୃଦ୍ଧି କରୁଥିବାରୁ ଏହା ନିଶ୍ଚିତ ଭାବେ ଶୁଭଙ୍କର ବୋଲି ପରିବେଶ ବିତ ମାନେ କହିଛନ୍ତି। ତେବେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଛି। କାରଣ ଦୀର୍ଘ ୪୦ବର୍ଷ ପରେ ଗତ ୨୦୨୧ ମେ ମାସରେ ସେହି ସ୍ଥାନରେ ଏକ ଘଡ଼ିଆଳ ୨୮ଟି ଛୁଆ ଜନ୍ମ ନେଇଥିଲେ।ତେବେ ବନ୍ୟା ଓ ଅନ୍ୟ କିଛି କାରଣ ପାଇଁ  କିଛିଦିନ ପରେ ଗୋଟିଏ ହେଲେ ଛୁଆର ପତା ମିଳିନଥିଲା । କେବଳ ୪ଟି ଛୁଆକୁ ପୁରୀ କେନାଳରୁ ଉଧାର କରାଯାଇ ନନ୍ଦନକାନନରେ ରଖାଯାଇଛି। କିନ୍ତୁ ଏବେ ବନ୍ୟା ଓ ବର୍ଷାର ଆଶଙ୍କା ନଥିବାରୁ ଛୁଆ ଗୁଡିକ ସେହି ଆବାସସ୍ଥଳିରେ ବଞ୍ଚି ଯାଇ ପାରନ୍ତି ବୋଲି ଆଶା ପ୍ରକଟ କରା ଯାଉଛି।

Leave a Reply

Your email address will not be published. Required fields are marked *