ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ୩ ମହିଳାଙ୍କ ମୃତ୍ୟୁ

ସ୍ଵର ବ୍ୟୁରୋ: ବିଦ୍ୟୁତ ଆଘାତରେ ୩ ମହିଳା ମୃତ । ଛେଳିକୁ ବଞ୍ଚାଇବାକୁ ଯାଇ  ବିଦ୍ୟୁତ କରେଣ୍ଟ ରେ ଲାଗି ତିନି ମହିଳା ମୃତ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିରୀ ଗାଁରେ । ମୃତକମାନେ ହେଲେ ଟାଙ୍ଗିରୀ ଜୁଆଙ୍ଗ ସାହିର କାଠି ଜୁଆଙ୍ଗ, ନିରାଧି ଜୁଆଙ୍ଗ ଓ ମେଞ୍ଜାରୀ ଜୁଆଙ୍ଗ।

ସମସ୍ତ ତିନିଜଣଯାକ ମହିଳା ଛେଳି ଚଳାଇବାକୁ ଯାଇଥିଲେ। ଗାଁ ମୁଣ୍ଡ ହୁଳିସାହି ନିକଟସ୍ଥ କେନ୍ଦୁପତ୍ର ଫଡି ଘର ନାଳରେ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ତାର ସଂସ୍ପର୍ଶରେ ଛେଳିଟିଏ ଲାଗି ଚିତ୍କାର କରିବାରୁ ଉଦ୍ଧାର ପାଇଁ ଜଣେ ପରେ ଜଣେ ଯାଇ ମୃତ୍ୟୁ ବରଣ କରିଛନ୍ତି। ୨ ଜଣଙ୍କୁ ତେଲକୋଇ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଏବେ ବି ମେଞ୍ଜାରୀଙ୍କ ମୃତଦେହ ଘଟଣାସ୍ଥଳରେ ପଡି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *