ଅନୁଗୋଳ ରେ ବାଘ ଆକ୍ରମଣ ଦୁଇ ଆହାତ।

ଅନୁଗୋଳ ରେ ବାଘ ଆତଙ୍କ ।ବାଘ ଆକ୍ରମଣ ଆଜି ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।ସେମାନେ ହେଲେ ଜନକ ବେହେରା ଓ ନେକୁରି ବେହେରା। ଜିଲ୍ଲାର ଅନୁଗୋଳ ବନଖଣ୍ଡ ଅନୁଗୋଳ ବନାଞ୍ଚଳ ର କୃଷ୍ଣଚକ୍ରଗଡ ଗାଁ ପାଖ ଜଙ୍ଗଲ ରେ ଘଟିଛି ଏହି ଘଟଣା। ଗାଁ ଲୋକେ ଆଜି ପାଖ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ବାଘ ଆକ୍ରମଣ କରିଥିଲା ।

ଲୋକଙ୍କ କହିବା ମୁତାବକ ହଠାତ ଏକ କଲରାପତରିଆ ବାଘ ଜନକ ଉପରକୁ ଆକ୍ରମଣ କରିଥିଲା। ତାଙ୍କ ଗୋଡ଼ ଓ ହାତକୁ କାମୁଡି ଦେଇଥିବା ବେଳେ ପାଖରେ ଥିବା ନେକୁରି କୁ ମଧ୍ୟ ସେ ଆକ୍ରମଣ କରିଥିଲା। ଉଭୟ ପାଖରେ ଥିବା ବାଡ଼ି ଓ ଟାଙ୍ଗିଆ ରେ ବାଘ କୁ ଘଉଡେଇବାକୁ ଚେଷ୍ଟା କରିଥିଲେ। ଅନ୍ୟ ଛେଳି ଚରାଳି ମାନେ ପାଟିତୁଣ୍ଡ କରିବାରୁ ବାଘଟି ଚାଲିଯାଇଥିଲା। ଗାଁ ଲୋକେ ଉଭୟ ଙ୍କୁ ଅନୁଗୋଳ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତି କରାଇଛନ୍ତି। ଖବର ପାଇ ବନବିଭାଗ ମଧ୍ୟ ଘଟଣା ସ୍ଥଳରେ ଓ ହସ୍ପିଟାଲରେ ପହଁଚି ଅଧିକ ତଦନ୍ତ କରିଛି। ତେବେ ଦିନ ସମୟ ଗାଁ ଜଙ୍ଗଲରେ ବାଘ ବାହାରିବା ଓ ଆକ୍ରମଣ କରିବା ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି।

Leave a Reply

Your email address will not be published. Required fields are marked *