ତୋ ବାଟ କୁ ଚାହିଁ ବସିଛି

ତୋ ବାଟ କୁ ଚାହିଁ ବସିଛି

ତୋ ବାଟକୁ ଚାହିଁ ବସିଛି

ଚାହିଁଛି ରେ କଳାକାହ୍ନୁ କେତେବେଳେ ଆସିବୁ
ଦୋଳ ଆସିଲା ମୋ ସାଥେ ଫଗୁ ଖେଳ ଖେଳିବୁ ।
ନାନା ରଙ୍ଗର ଅବିର ଘରେ ଆଣି ଥୋଇଛି
ଆସିବୁ କହ୍ନେଇ ତୋର ବାଟ ଚାହିଁ ବସିଛି

ତୁ ଏକା ନିଜର ବୋଲି ଯେଉଁ ଦିନ ଜାଣିଲି
ସେହିଦିନୁ କାଳିଆରେ ତୋ ପ୍ରେମରେ ପଡିଲି ।
କେମିତି ଖେଳିବି କହ ତୁ ନଥିଲେ ପାଖରେ
ପ୍ରିୟ ବିନା ପ୍ରିୟତମା ଖେଳିବ କା ସାଥିରେ ।
ତୋ ସୁନ୍ଦର ଗାଲେ ଦେବି ଅବିର

ମୁଁ ଲଗେଇ ସାତ ରଙ୍ଗେ ରଙ୍ଗେଇବି ମନ ତୋର ମଜ୍ଜେଇ ।
ରଖିଛି ପାଟ ବସନ କାନ ପାଇଁ କୁଣ୍ଡଳ
ଲଗାଇ ମୟୂର ଚୂଳ ଦିଶୁଥିବୁ ମଞ୍ଜୁଳ ।
ଯେଉଁ ଦିନୁ କାଳିଆ ରେ ତୋ ପ୍ରେମରେ ପଡିଲି
ତୋ ପାଇଁ ମୁଁ ଦିନ ରାତି ଝୁରି ଝୁରି ମରିଲି।
ବନ ଫୁଲର ଗଜରା ଗଳେ ଦେବି ପିନ୍ଧାଇ

ପାଟ ପତନି ପିନ୍ଧାଇ ଦେବି ତୋତେ ସଜାଇ ।
ହସି ହସି ମୋତେ ଥରେ ଆଲିଙ୍ଗନ କରିବୁ
ଆ କଳାକାହ୍ନୁ ବେଗେ ରଙ୍ଗ ଖେଳ ଖେଳିବୁ ।
ବିଶ୍ବାସ ରଖିଛି ନିଶ୍ଚେ ତୋତେ ଦିନେ ଦେଖିବି
ମଲାବେଳେ ତୋ ହାତରୁ ଅବିରମୁଁ ପିନ୍ଧିବି ।

ଶାନ୍ତିଲତା ରଥ
ଅଲେଖ ପାଟଣା
ଅନୁଗୋଳ

Leave a Reply

Your email address will not be published. Required fields are marked *