ଟୋକିଓ ଅଲିମ୍ପିକ୍ସ: ଭାରତକୁ ଆଉ ଏକ ପଦକ, କୁସ୍ତିରେ ରୌପ୍ୟ ପଦକ ଜିତିଲେ ଭାରତର ରବି ଦହିୟା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ। ୫୭ କେଜି ଫ୍ରି ଷ୍ଟାଇଲ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ରବି ଦହିୟା । ଫାଇନାଲରେ ଋଷର କୁସ୍ତି ଯୋଦ୍ଧା ଜବୁର ୟୁଗେବଙ୍କ ସହ ମୁହାଁମୁହିଁ ହୋଇଥିଲେ ରବି ଦହିୟା । ସଂଘର୍ଷପୂର୍ଣ୍ଣ ଫାଇନାଲ ଲଢ଼େଇରେ ହାରି ରବିଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।ଆଜି ଫାଇନାଲ ମୁକାବିଲା ଆରମ୍ଭରୁ ହିଁ ଋୁଷର ଖେଳାଳି ରବିଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିିଥିଲେ । ପ୍ରଥମ ରାଉଣ୍ଡରେ ରବି ଦହିୟା ୨-୪ରେ ପଛରେ ରହିବା ସହିତ ଶେଷକୁ ୪-୭ରେ ପଛୁଆ ରହି ପରାଜୟ ଭୋଗିଛନ୍ତି । ତେବେ ରବିଙ୍କ ଏହି ରୌପ୍ୟ ପଦକ ଭାରତୀୟଙ୍କ ମନରେ ଉତ୍ସାହ ଭରିଛି ।

ଦ୍ୱିତୀୟ ଭାରତୀୟ କୁସ୍ତି ଯୋଦ୍ଧା ଭାବେ ରବି ଫାଇନାଲରେ ପହଞ୍ଚିଥିଲେ । ଏହା ପୂର୍ବରୁ ୨୦୧୨ରେ ସୁଶୀଲ କୁମାର ଫାଇନାଲକୁ ଯାଇଥିଲେ । ରବି ଦହିୟାଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ୪ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୁସ୍ତିଯୋଦ୍ଧା ରବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରବି ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି 

Leave a Reply

Your email address will not be published. Required fields are marked *