ନବ ନିଯୁକ୍ତ ସରକାରୀ ଓକିଲ ଙ୍କ ତାଲିମ ଶିବିର

ଅନୁଗୋଳ : ଜିଲ୍ଲା ସରକାରୀ ଓକିଲ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅନୁଗୋଳ ବ୍ଲାକ୍ ଡାଇମାଣ୍ଡ ସଭା ଅଡିଟୋରୀୟମ ଠାରେ ଦୁଇ ଦିନିଆ  ଜିଲ୍ଲା ସ୍ତରୀୟ ସରକାରୀ ଓକିଲ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ୨୭ ତାରିଖ ଅପରାହ୍ନ ୪ ଘଟିକରେ ଓଡ଼ିଶା ର ମାନ୍ୟବର ଆଇନ, ଅବକାରୀ ଓ ପୂର୍ବ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟିତ କରିଥିଲେ। ଏହି ଉଦଘାଟନ ଉତ୍ସବରେ ଆଇନ ବିଭାଗର ପ୍ରମୁଖ ସଚିବ ଡ଼. ପବିତ୍ର ମୋହନ ସାମଲ ଓ ରାଜ୍ୟ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ  ଦୀପ୍ତିରଞ୍ଜନ କାନୁନଗୋ ଉପସ୍ଥିତ ଥିଲେ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଆଇନ ବିଭାଗ ଦ୍ଵାରା ଅନୁଷ୍ଠିତ ଏହି ଦୁଇଦିନିଆ ତାଲିମ ଶିବିର  ପ୍ରଥମ ଦିନ ରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ର ଉପ ନିର୍ଦ୍ଦେଶକ ଗଣେଶ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିର ରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍  ଦୁର୍ଗା ଶଙ୍କର ମିଶ୍ର, ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିମଳ କୁମାର ନାୟକ, ପି ପି ପ୍ରଶାନ୍ତ କୁମାର ମଲ୍ଲିକ, ଡାକ୍ତର ଶ୍ୟୋମ୍ୟକାନ୍ତ ବିଶୋଇ, ସ୍ପେସିଆଲ ପି. ପି. ଅଶ୍ୱିନି ମଲ୍ଲିକ (ଭିଜିଲାନ୍ସ)ଓ ଜିପି ଶୁବାସ୍  ସାହୁ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ।

Advertisement

ଦେଶରେ ୧ ଜୁଲାଇ ୨୦୨୪ ରୁ କାର୍ଯ୍ୟକାରୀ ହୋଇଥିବା ୩ ନୂତନ ଆଇନରେ ର ବିଭିନ୍ନ ଦିଗକୁ ତର୍ଜମା କରିବା ସହିତ ପୀଡିତ ଓ ପୀଡିତା ଙ୍କୁ କିଭଳି ତ୍ୱରିତ ନ୍ୟାୟ ଦିଆ ଯାଇପାରିବା ସହିତ ଅଦାଲତ ରେ ନିଯୁକ୍ତି ହୋଇଥିବା ସରକାରୀ ଓକିଲ ମାନେ କିଭଳି ମାମଲା କୁ ଅତ୍ୟନ୍ତ ଦକ୍ଷତା ର ସହ ଉପସ୍ଥାପନ କରି ପାରିବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।


ପ୍ରଶିକ୍ଷଣ ଦ୍ଵିତୀୟ ଦିବସରେ ଅନୁଗୋଳ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଅନୁଗୋଳ ଅତିରିକ୍ତ ଜିଲ୍ଲା ପାଳ (ଉଦୟ କୁମାର ମହାପାତ୍ର), ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ପ୍ରିତିମୟ, ଅତିରିକ୍ତ ଏସ.ପି. ରଜିଁ ଲୋଚନ ପଣ୍ଡା ଶୋଭା ରାଣୀ ପଟ୍ଟନାୟକ, ଜିଲ୍ଲା ଅବକାରୀ ବିଭାଗର ଉପ ଅଧିକ୍ଷକ ଧିରେନ କୁମାର ବେହେରା, ଡି ଏସ୍ ପି ସଙ୍ଗୀତ ଟୋପ,  ଯୋଗ ଦେଇ ନୂତନ ଭାବେ ନିଯୁକ୍ତି ହୋଇଥିବା ନବ ନିଯୁକ୍ତ ପ୍ରସେକ୍ୟୁଟୋର୍ ମାନଙ୍କୁ ସେମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କ ରେ ବୁଝେଇବା ସହିତ ସେମାନଙ୍କୁ ମାମଲା ପରିଚାଳନା କରିବା ଉପରେ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଏସପି ରାହୁଲ ଜୈନ ଓ ଦୁଇ ଅତିରିକ୍ତ ଜିଲ୍ଲାପାଳ ଆଗାମୀ ଦିନରେ ନିୟମିତ ବ୍ୟବଧାନରେ ଏହିଭଳି ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ମତ ରଖିଥିଲେ।ଏହି ଦୁଇଦିନିଆ କର୍ମଶାଳାରେ ସହନିର୍ଦ୍ଦେଶିକା ହରପ୍ରିୟା ସ ଓ ରିତା ମିଞ୍ଜ , ଏପିପି ସିଦ୍ଧାର୍ଥ ରାୟ, ସର୍ବଜିତ ଶ୍ରୀ ଚନ୍ଦନ ଏବଂ ପି ପି ଓ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ କର୍ମଚାରୀମାନେ ସହଯୋଗ  କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାର ନିଯୁକ୍ତି ପାଇଥିବା ସମସ୍ତ ପ୍ରୋସିକ୍ୟୁଟର ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ |

Leave a Reply

Your email address will not be published. Required fields are marked *