ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅନୁଗୋଳ ଜିଲ୍ଲା ବାସୀ
ଭୁବନେଶ୍ୱର : ଅନୁଗୋଳ ସଭାଘର ଠାରେ ଶନିବାର ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି |ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ସମଗ୍ର ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଂଚଳ ରୁ ଦଳ ମତ ନିର୍ବିଶେଷରେ ହଜାର ହଜାର ସଂଖ୍ୟାରେ ବ୍ୟକ୍ତି ବିଶେଷ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ଡ଼ଃ ପ୍ରଧାନ ଙ୍କର ବିୟୋଗ ସମଗ୍ର ଅନୁଗୋଳ ଜିଲ୍ଲା, ଓଡିଶା ପ୍ରଦେଶ ଓ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ଦେଇଥିଲେ |

କଟକ ଏସସିବି ରୁ ଡାକ୍ତରୀ ପାସ କରି କୋଲ ଇଣ୍ଡିଆ ରେ ଡାକ୍ତର ଚାକିରୀ କରି ରୋଗୀ ସେବା କରି ବେଶ ସୁନାମ ଅର୍ଜନ କରିଥିଲେ |ପରବର୍ତୀ ସମୟରେ ସରକାରୀ ଡାକ୍ତରୀ ଚାକିରୀ ଛାଡି ରାଷ୍ଟ୍ର ସେବା ରେ ବ୍ରତୀ ହୋଇ ରାଜ୍ୟରେ ସେ ସମୟରେ ସାଇନ ବୋର୍ଡ ପାର୍ଟି କହି ତାସ୍ଥଲ୍ୟ କରୁଥିବା ବିଜେପି ର ଦୁର୍ନୀନ ସମୟରେ ଡ଼ଃ ପ୍ରଧାନ ବିଜେପି ରେ ଯୋଗ ଦେଇ ଥିଲେ |ବିଜେପି ତାଳଚେର ମଣ୍ଡଳ ସଭାପତି ରୁ ରାଜ୍ୟ ସଭାପତି ପର୍ଯ୍ୟନ୍ତ ନିଷ୍ଠାପର ଭାବେ କଠିନ ପରିଶ୍ରମ କରି ବିଜେପି ଲକ୍ଷ ଲକ୍ଷ କାର୍ଯ୍ୟକର୍ତା ତିଆରି କରିଥିଲେ |ଅଟଳବିହାରୀ ବାଜପେୟୀ ଙ୍କ ସରକାର ରେ ସଡ଼କ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ଜାତୀୟ ରାଜପଥ କୁ ଓଡିଶା ରେ 1600 କିମି ନୂତନ ଭାବେ ମଂଜୁର କରି ଦୁଇ ଗୁଣିତ କରି ସଡ଼କ କ୍ରାନ୍ତି ସୃଷ୍ଟି କରିଥିଲେ |କୃଷି ମନ୍ତ୍ରୀ ହେବା ପରେ ରାଜ୍ୟ ର ସବୁ ଜିଲ୍ଲା ରେ କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ସହ କୃଷି ଓ କୃଷକ ମାନଙ୍କ ର ବିକାଶ ପାଇଁ ବହୁ କାର୍ଯ୍ୟ କରିଥିଲେ |

ଜଣେ ସ୍ପଷ୍ଟ ବାଦୀ, ଅମାୟିକ ବ୍ୟକ୍ତିତ୍ୱ, ଦୃଢ଼ ସଂଗଠକ, ସମସ୍ତ ଙ୍କର ପ୍ରିୟ, ଦରଦୀ ମଣିଷ ଦଳ ମତ ନିର୍ବିଶେଷରେ ସମସ୍ତ ଙ୍କର ପ୍ରିୟ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭା ରେ ମତ ପ୍ରକାଶ ପାଇଥିଲା |ସେ କରିଥିବା କାର୍ଯ୍ୟ ଓ ତାଙ୍କର ବ୍ୟକ୍ତିତ୍ୱ ପାଇଁ ସେ ଚିର ନମସ୍ୟ ହୋଇ ରହିବେ ବୋଲି ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ମାନେ ମତ ଦେଇଥିଲେ |ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ସହ ଡ଼ଃ ପ୍ରଧାନ ଙ୍କର ସ୍ମୃତି ତଥା ଅନୁଭୂତି ଉପରେ ଆଲୋକପାତ କରିଥିଲେ |

ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ପାଲ ଲହଡ଼ା ବିଧାୟକ ଅଶୋକ ମହାନ୍ତି,ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ପୂର୍ବତନ ଉପ ବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ଢେ଼ଙ୍କାନାଳ ସାଂସଦ ମହେଶ ସାହୁ, ପୂର୍ବତନ ବିଧାୟକ ରମେଶ ସାଏ,ପୂର୍ବତନ ବିଧାୟକ ଖଗେଶ୍ବର ବେହେରା, କଂଗ୍ରେସ ଜିଲ୍ଲା ସଭାପତି ଅମ୍ବିକା ଭଟ୍ଟ, ବିଜେଡ଼ି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିୟା,ପଣ୍ଡିତ ମହେଶ ସାହୁ, ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ଜିଲ୍ଲା ପରିଷଦ ଓ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ|ବିଭିନ୍ନ ଦଳ ବିଭିନ୍ନ ଅନୁଷ୍ଠାନ ର ଶତାଧିକ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ |