ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଅନୁଗୋଳ ପକ୍ଷରୁ ଓପି ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓମ ପ୍ରକାଶ ଜିନ୍ଦଲ (ବାଉଜି)ଙ୍କ ୧୭ତମ ପୂଣ୍ୟତିଥି ପାଳିତ ହୋଇଅଛି I ଏହି ଅବସରରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ସଭାର ଆୟୋଜନ ସାଙ୍ଗକୁ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରାଯାଇଥିଲା I ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହି ଅବସରରେ ଜିନ୍ଦଲ ନଗର ପରିସରସ୍ଥ ଦେବ ଭୂମି ଠାରେ ଏକ ସ୍ଵତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ ସହ ଆଜିକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପ୍ରତ୍ୟୁଷରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମସ୍ତ କର୍ମଚାରୀ ଏବଂ ପରିବାରବର୍ଗ ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝାଙ୍କ ନେତୃତ୍ବରେ, ଶ୍ରୀ ଦିନେଶ କୁମାର ସରୋଗୀ, ଶ୍ରୀ ଦାମୋଦର ମିତ୍ତଲ, ଶ୍ରୀ ସବ୍ୟସାଚି ବନ୍ଦୋପାଧ୍ୟାୟ , ଶ୍ରୀ ପଙ୍କଜ ଲୋଚନ, ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ମାନେ ମହାନ ପୁଣ୍ୟାତ୍ମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ Iଏହା ବ୍ୟତିତ ଓଡିଶା ରକ୍ତ ଭଣ୍ଡାର ଏବଂ ଜେଏସପିଏଲ ଫାଉଣ୍ଡେସନର ସହଭାଗିତାରେ ଆୟୋଜିତ ହୋଇଥିବା ସ୍ଵେଚ୍ଛାକୃତ ରକ୍ତ ଦାନ କାର୍ଯ୍ୟକ୍ରମକୁ ଶ୍ରୀ ହୃଦୟେଶ୍ଵର ଝା, ଉଦଘାଟନ କରିଥିଲେ lଏହି ଶିବିରରୁ ସମୁଦାୟ ୧୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଅଛି l


ଆଜିର ଏହି କାର୍ଯ୍ୟକ୍ରମ ଉପଲକ୍ଷେ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ସହ ଜିନ୍ଦଲ ମହିଳା ସମିତିର ଶ୍ରୀମତୀ ଅନିତା ମିତ୍ତଲ ଏବଂ ଶ୍ରୀମତୀ ଅନିନ୍ଦିତା ବନ୍ଦୋପାଧ୍ୟାୟଙ୍କ ସହ ଅନ୍ୟ ସଦସ୍ୟାମାନେ ଯୋଗ ଦେଇ ପାର୍ଶ୍ଵବର୍ତୀ ଅଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକ ଏବଂ ବୃଦ୍ଧାଶ୍ରମରେ ବାସ କରୁଥିବା ଲୋକଙ୍କୁ ବିଭିନ୍ନ ମୌଳିକ ଉପଯୋଗୀ ଶୁଖିଲା ଖାଦ୍ୟ ଏବଂ ନିତ୍ୟ ବ୍ୟବହାର୍ଜ୍ୟ ବସ୍ତୁ ବଣ୍ଟନ କରିଥିଲେ I ଏହା ସହିତ ବଡକେରଜାଙ୍ଗ ଗ୍ରାମ ପଞ୍ଚାୟତ ଠାରେ ଏକ ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରି ସ୍ଵସ୍ତି ଏକ୍ସପ୍ରେସ ମାଧ୍ୟମରେ ଗ୍ରାମର ବରିଷ୍ଠ ନାଗରିକ ତଥା ଗ୍ରାମବାସୀଙ୍କୁ କଲ୍ୟାଣ ସେବା ପ୍ରଦାନ କରାଯାଇଥିଲା l