ତାଳଚେର ଥର୍ମାଲ ରେ ତ୍ରିରଙ୍ଗା ରାଲି

ଆଜାଦିର ଅମୃତ ମହୋତ୍ସବ ସାରା ଦେଶରେ ପାଳନ ହେଉଥିବା ବେଳେ, NTPC-ତାଳଚେର ଥର୍ମାଲ ଆଜି ତାର ପ୍ରଶାସନିକ ଭବନ ରୁ ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଗୌତମ ଦେବ ଙ୍କ ନେତୃତ୍ୱ ରେ ଏକ ତ୍ରିରଙ୍ଗା ରାଲି ର ଆୟୋଜନ କରିଥିଲା। ଏଥିରେ ସମସ୍ତ କର୍ମଚାରୀ, CISF ପ୍ଲାଟୁନ ଯୋଗଦେଇ ଥିଲେ. ବନ୍ଦେ ମାତରଂ, ଭାରତ ମାତା କି ଜୟ ଧ୍ୟନି ରେ ରାଲି କାରଖାନା ର ମୁଖ୍ୟ ଅଫିସ ପର୍ଯ୍ୟନ୍ତ ଯାଇ ଥିଲା।

ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ, ଜନ ସାଧାରଣ ଓ ଦେଶ ବାସୀ ଙ୍କ ମଧ୍ୟରେ ଜାତୀୟ ଭକ୍ତି ଉଦ୍ରେକ କରିବା ଓ ଦେଶ ପ୍ରତି ସମର୍ପିତ ହେବା । ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ଅତୀବ ଆନନ୍ଦ ଓ ପ୍ରେରଣା ରେ ଉଦବୁଦ୍ଧ କରିଛି.

Leave a Reply

Your email address will not be published. Required fields are marked *