ସାତକୋଶିଆରେ ଏକାସାଙ୍ଗେ ଦୁଇଟି ବାଘଙ୍କ ମୃତ୍ୟୁ: କାରଣ ଅପଷ୍ଟ

ଅନୁଗୋଳ(ଶୁଭରଞ୍ଜନ ନାଥ): ଏକା ସାଙ୍ଗେ ଦୁଇ ଦୁଇଟି ବାଘ ଙ୍କ ମୃତ୍ୟୁ । ସାତକୋଶିଆ ଅଭୟାରଣ୍ୟ ରେ ଦୁଇଟି ବାଘ ଙ୍କର ମୃତ୍ୟୁ । ଅଭୟାରଣ୍ୟ ର ପମ୍ପାସର ରେଞ୍ଜ ଅଞ୍ଚଳ ରେ ଦୁଇଟି କଲରାପତରିଆ ବାଘଙ୍କର ମୃତ୍ୟୁ ହୋଥିଥିବା ସୂଚନା ଦେଲେ ସାତକୋଶିଆ ଡିଏଫଓ ।

ମିଳିଥିବା ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ କୁଲାଙ୍ଗୀ ଗାଁ ନିକଟରେ ଏହି ଦୁଇଟି ବାଘଙ୍କର ମୃତ୍ୟୁ ହୋଇଛି । ମୃତ ବାଘଦୁଇଟି ଅଣ୍ଡିରା ବୋଲି କହିଛନ୍ତି ସାତକୋଶିଆ ବନ୍ୟ ପ୍ରାଣୀ ବନଖଣ୍ଡ ମୁଖ୍ୟ ସରୋଜ କୁମାର ପଣ୍ଡା । ବାଘ ଦୁଇଟି ପ୍ରାୟ ୧୦ ଦିନ ତଳୁ ମରିଥିବା ଅନୁମାନ କରୁଛି ବନ ବିଭାଗ । ତେବେ କଲରାପତରିଆ ବାଘ ଦୁଇଟିଙ୍କ ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏହା କୌଣସି ଶିକାରୀ ଫାସରେ ପଡି ମୃତ୍ୟୁ ହୋଇ ଥାଇ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ନିଜେ ଡ଼ିଏଫଓ ସରୋଜ କୁମାର ପଣ୍ଡା ଓ ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ଏମ ଯୋଗାୟାନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।  

Leave a Reply

Your email address will not be published. Required fields are marked *