ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି |ଆସନ୍ତା ଫେବୃଆରୀ 22 ତାରିଖ ଶନିବାର ରାତ୍ରୀ ରେ ଅନୁଗୋଳ ଠାରେ ପହଂଚି ରାତ୍ରୀ ଯାପନ କରିବେ |ଫେବୃଆରୀ 23 ରବିବାର ସକାଳ ସାତ ଟାରେ ଅନୁଗୋଳ ରୁ ବାହାରି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଆମ୍ବିଠି ରେ ସକାଳ ଆଠ ଟାରେ ମା ବନଦୁର୍ଗା ମନ୍ଦିର ରେ ପହଂଚି ଦର୍ଶନ କରିବେ, ସେଠାରୁ ବାହାରି ତଳମୂଳ ଗ୍ରାମରେ ମା କନକ ଦୁର୍ଗା ମନ୍ଦିର ରେ ଦର୍ଶନ କରିବେ, ସେଠାରୁ ଆସି ଵଅଂରପାଳ ଅଂଚଳ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଭୂମିପୂଜନ କରିବେ।
ଦିନ 11 ଟାରେ ସହର ର ଟାଉନ ହଲ ଠାରେ ପହଂଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ କି ବାତ ଶୁଣିବାର କାର୍ଯ୍ୟକ୍ରମ ରହିଛି |ଦିନ 11.45 ରେ ନିକ୍ଷା ମିତ୍ର ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରହିଛି |ଦିନ 3 ଟାରେ ଏମସିଏଲ ର ଆରପିଡ଼ିଏସି ବୈଠକ ରେ ଯୋଗଦେବେ |ରାତ୍ରୀ ରେ ଅନୁଗୋଳ ରୁ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ମିଡ଼ିଆ ସେଲ ପକ୍ଷରୁ ସୂଚନା ଦିଆଯାଇଛି |