ଅସୁରକ୍ଷିତ ସାତକୋସିଆ ଅଭୟାରଣ୍ୟ: ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡ଼ି ଦନ୍ତାହାତୀ ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା ସାତକୋସିଆ ବନ୍ୟପ୍ରାଣୀ ବନଖଣ୍ଡର ଜଗନ୍ନାଥପୁର ଆମ୍ବବଗିଚାରେ ଦନ୍ତାହାତୀର ମୃତ୍ୟୁ। ବିଦ୍ୟୁତ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଜଣାପଡ଼ିଛି । ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁ ନିକଟକୁ ଆସୁଥିବା ସମୟରେ ଏଭଳି ଘଟଣା ଘଟିଛି।

Advertisement

ସୂଚନାନୁସାରେ ଜଗନ୍ନାଥପୁର ଆମ୍ବବଗିଚାରେ ବାରହା ଶିକାର ପାଇଁ ଜାଲ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତା ସେଥିରେ ଫସିଯାଇଥିଲା। ଦନ୍ତା ହାତୀଟି ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଥିବା ଜଣାପଡ଼ିଛି। ମୃତ ଦନ୍ତାଟି ମଧ୍ୟମ ବୟସର ବୋଲି ସୂଚନା ମିଳିଛି। ଆଜି ସ୍ଥାନୀୟ ଲୋକ ହାତୀଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସାତକୋସିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ କାଟି ହାତୀଟିକୁ ଉଦ୍ଧାର କରିଥିଲେ। ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *