ଭୁବନେଶ୍ବର: ମହାନଗର ନିଗମ ଓ ପୌର ନିର୍ବାଚନ ଏବେ ହୋଇ ନ ପାରେ। ନିର୍ବାଚନ ନ ହେବା ନେଇ ମନ୍ତ୍ରୀଙ୍କ ଉତ୍ତରରୁ ଆଭାସ ମିଳିଛି। ଆଜି ବିଧାୟକ ମୁକେଶ ମହାଲିଙ୍ଗ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ହୋଇକୋର୍ଟ ସ୍ଥଗିତାଦେଶ ଯୋଗୁଁ ରାଉରକେଲା ଓ ସମ୍ବଲପୁରରେ ନିର୍ବାଚନ ବନ୍ଦ ରହିଛି। ଅନ୍ୟ ୩ଟି ମହାନଗରରେ ପ୍ରଚଳିତ ନିୟମରେ ସଂଶୋଧନ ପରେ ପଦକ୍ଷେପ ନିଆଯିବ। ଆବଶ୍ୟକ ସଂଶୋଧନ ପରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ହୋଇଥାନ୍ତା। କୋଭିଡ୍ ଯୋଗୁ ସଂଶୋଧନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ନିୟମରେ ସଂଶୋଧନ ପରେ ପୌର ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।
Related Posts
୪୪.୬ ଡିଗ୍ରୀରେ ସିଝିଲା ବାରିପଦା,୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ.
ଭୁବନେଶ୍ବର: ରାଜ୍ୟର ୧୫ଟି ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ…
ତାତିରେ କଲବଲ ସାରା ଓଡିଶା: ୪୦ ଡିଗ୍ରୀ ଟପିଲାରାଜ୍ୟରେ ତାତି ।
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ -ଗରମ ବାୟୁ ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ହୋଇଛି | ଆଜି ରାଜ୍ୟର ଅଧିକାଂଶ ଅଂଚଳରେ ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା…
ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ଟଙ୍କାର ସହାୟତା ଘୋଷଣା .
ଭୁବନେଶ୍ବର: ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ଲହର ଜନଜୀବନକୁ ଗଭୀର…