ସଂଜୀବନି ପାଇଁ ଆସି ସଂକ୍ରମଣ ଧରି ଫେରିଥିବେ ଲୋକେ ! ଟିକା ନେବାପାଇଁ ଏଖାଠି ହେଲେ ହାଜର ହାଜର ଲୋକେ।

ଅନୁଗୋଳ ଜିଲାରେ କୋଭିଡ ସଂକ୍ରମଣ ବୃଦ୍ଧି ଚନ୍ତା ଜନକ। ଚାରିଦିନ ହେବ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଆଠ ସହରୁ ଅଧିକ ରହୁଛି । ଜିଲ୍ଲାରେ ସରକାର ଙ୍କ କୋଭିଡ କଟକଣା କୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ କୁ କୁହାଯାଇଛି। ମାତ୍ର ଅନୁଗୋଳ ପୌଊରାଞ୍ଚଳରେ ଖୋଦ ପୌର ପ୍ରାସାସନ ଏହି କଟକଣା କୁ ବେଖାତିର କରିବା ସହ ଲୋକଙ୍କୁ ମରଣ ମୁହଁ କୁ ଠେଲି ଦେଇଛି । ଜୀବନ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ଯେଭଳି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେବା ପରି ମନେ ହେଉଛି ।

ପୌରପ୍ରଶାଶନ କୋଭିଡ ଟିକା ନେବା ପାଇଁ ଲୋକଙ୍କୁ ଡାକି ଅଯଥା ଭିଡ଼  କରାଯାଇଛି । ଯେଉଁ ଭିଡ଼ କୌଣସି ପୂଜା ସମୟର ଭିଡ଼ ଠାରୁ କମ ନଥିବା ପରି ମନେ ହେଉଛି।  ହଜାର ହଜାର ଲୋକ ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ହେଉଥିବା ମେଗା ଟିକାକରଣ କ୍ୟାମ୍ପ କୁ ଆସିଥିବା ବେଳେ ଗେଟ ସମ୍ମୁଖରେ ଭିଡ଼ ଜମାଇ ଥିଲେ। ଯେଉଁଠି ନଥିଲା ସମାଜିକ ଦୁରତା। ଲୋକେ କୋଭିଡ କଟକଣା କୁ ବାଏଁ ବାଏଁ ଉଡାଇ ଦେଇଥିଲେ। ସତେଯେମିତି ମନେ ହେଉଥିଲା ଲୋକେ ବଞ୍ଚାଇବା ପାଇଁ ଟିକା ନେବାକୁ ସଂଘର୍ଷ କରିବାକୁ ଆସି ସଂକ୍ରମଣ ଧରି ଘରକୁ ଯାଇଛନ୍ତି। ସେପଟେ ଆଜି ସାପ୍ତାହନ୍ତା ଶଟଡାଉନ ଥିବା ବେଳ କିଛି ଅମାନିଆ ଟିକା ନେବା ବାହାନାରେ ଏଣେତେଣେ ବୁଲୁଥିବା ନଜର କୁ ଆସିଥିବା ବେଳେ ତାଙ୍କ ଉପରେ କାହାର ଆକଟ ନଥିଲା। ଏନେଇ ଜିଲା ପ୍ରାସାସନ କିମ୍ଭା ପୋଲିସ ଓ ପୌରପାଳିକା ର ପ୍ରତିକ୍ରିୟା ମିଳିନାହିଁ ।

ତେବେ ଜିଲା ପ୍ରାସାସନ କୋଭିଡ ସଂକ୍ରମଣ ବୃଦ୍ଧି କୁ  ଚିନ୍ତା ରେ ଥିବା ବେଳେ ସଂକ୍ରମଣ ରେ ବ୍ରେକ ଲଗାଇବା ପାଇଁ ସମସ୍ତ କଳ ବଳ କୌଶଳ ଲଗାଉଛି। ତେବେ ଏଭଳି ସ୍ଥିତିରେ ଏଭଳି ଭିଡ଼ କରିବା ପ୍ରାସାସନ ଅପରିପକ୍ୱତା କୁ ପଦାରେ ପକାଉଥିବେ ବୁଦ୍ଧି ଜୀବୀ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *