ଭୁବନେଶ୍ଵର: ରାଜ୍ୟରେ ମୋଟ ୧୫୦୦ ଟିକାକରଣ କେନ୍ଦ୍ର ମଧ୍ୟରୁ ମାତ୍ର ୪୨୭ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଅବଶିଷ୍ଟ ୧୦୭୩ ଟିକାକରଣ କେନ୍ଦ୍ର ବନ୍ଦ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ଟିକାକରଣ ଅଭିଯାନକୁ ତ୍ଵାରାନ୍ବିତ କରିବା ଲାଗି ୧୫୦୦ କେନ୍ଦ୍ର ଖୋଲାଯାଇଥିଲା। କିନ୍ତୁ ଧୀରେ ଧୀରେ ଟିକାର ଅଭାବ ପରିଲକ୍ଷିତ ହେବାରୁ ଅଧିକାଂଶ କେନ୍ଦ୍ର ବନ୍ଦ ହୋଇଗଲାଣି। କୋରାପୁଟ, ନୂଆପଡ଼ା ଏବଂ ଝାରସୁଗୁଡ଼ା ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ଅନ୍ୟପଟେ ରାଜ୍ୟରେ ଯେତିକି ଟିକା ଆଉ ଗଚ୍ଛିତ ରହିଛି ତାହାଦ୍ବାରା ମାତ୍ର ଦୁଇଦିନ ଯାଏ ଟିକାକରଣ ଅଭିଯାନ ଚାଲିପାରିବ ବୋଲି ପାଣିଗ୍ରାହୀ ସୂଚନା ଦେଇଛନ୍ତି।