ଦଫା କାଟିବାକୁ ଲାଞ୍ଚ ନେଇ ବନ୍ଧାହେଲେ ଥାନାବାବୁ.

ଦଫା କାଟିବାକୁ ଲାଞ୍ଚ ନେଉଥିବାବେଳେ ଢେଙ୍କାନାଳ ନୀଳପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କୁ କାବୁ କଲା  ଭିଜିଲାନ୍ସ / ଲାଞ୍ଚ ଟଙ୍କା ଜବତ କରି  ବ୍ୟକ୍ତିଗତ ଡ୍ରାଇଭର ଓ ସହଯୋଗୀ ସହ ଥାନା ଅଧିକାରୀଙ୍କୁ ମିଶାଇ ତିନି ଜଣଙ୍କୁ ଗିରଫ କଲା ଭିଜିଲାନ୍ସ ।ଏକ ଯୌତୁକ ଜନିତ ନିର୍ଯାତନା ମାମଲାରେ ମରଣାନ୍ତକ ଆକ୍ରମଣ ଜନିତ ଦଫା କାଟିଦେବାକୁ ୬ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଆଉ ଏହି ଟଙ୍କା ଲାଞ୍ଚ ନେବାବେଳେ ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଭିଜିଲାନ୍ସ ଦ୍ୱାରା କାବୁ ହୋଇଛନ୍ତି ।  ଲାଞ୍ଚ ନେଇଥିବା ରାସାୟନିକ ବୋଳା ୬ହଜାର ଟଙ୍କାକୁ ଭିଜିଲାନ୍ସ ତାଙ୍କଠାରୁ ଜବତ କରିଛି ।  ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ସହ ଏହି ଲାଞ୍ଚ ଟଙ୍କା ନେଉଥିବା ପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି ।

ଗିରଫ ହୋଇଥିବା ଅନ୍ୟ ଦୁଇଜଣ ଗିରଫ ଥାନା ଅଧିକାରୀଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଲକ୍ଷ୍ମଣ ସେଠି ନାମକ ଜଣେ ଲଣ୍ଡ୍ରି ଦୋକାନୀ ବୋଲି ଜଣାପଡିଛି । ଉଭୟଙ୍କ ଘର ସ୍ଥାନୀୟ ନୀହଲପ୍ରସାଦ ବୋଲି ଜଣାପଡିଛି । ନିହଲ ପ୍ରସାଦ ଅଂଚଳର ଅଇଁଠା ସେଠି ନାମକ ଜଣେ ବ୍ୟକ୍ତିଙ୍କର ପୁଅ ନାମରେ ଯୌତୁକ ଜନିତ ନିର୍ଯାତନା ସମ୍ପର୍କିତ ଏକ ମାମଲା ନିହଲ ପ୍ରସାଦ ଥାନାରେ ରହିଥିଲା । ତେବେ ଏହି ମାମାଲରୁ ୩୦୭ଦଫା କଟିଦେବା ପ୍ରଲୋଭନ ଦେଖାଇ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଥାନା ଅଧିକାରୀ । ଫଳରେ ଏ ସମ୍ପର୍କରେ ଅଇଁଠା ସେଠି କଟକ ଭିଜିଲାନ୍ସ ବିଭାଗର ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଆଜି ଯୋଜନାବଦ୍ଧ ଭାବେ ଏହି ତାଙ୍କ ଲାଞ୍ଚ ନେବାବେଳେ ଢେଙ୍କାନା ଳ ଭିଜିଲାନ୍ସ ସହାୟତାରେ ସେମାନଙ୍କୁ କାବୁ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *