ସମ୍ବଲପୁର: ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ୟୁନିଟର ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ । ସରକାରୀ ଅଧିକାରୀଙ୍କ ବିରୋଧରେ ଥିବା ମାମଲା ବନ୍ଦ ପାଇଁ ଲାଞ୍ଚ ନେଉଥିଲେ । ଏହି ଲାଞ୍ଚ କାରବାରରେ ମଧ୍ୟସ୍ଥି ସାଜିଥିଲେ ବରଗଡ଼ର ମୁକେଶ ସାହୁ । ସୂଚନା ଅନୁସାରେ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ଭିଜିଲାନ୍ସ ମାମଲକୁ ବନ୍ଦ କରିଦେବା ପାଇଁ ମାନସୀ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ବରଗଡ଼ର ମୁକେଶ ସାହୁ ନାମକ ଜଣେ ଯୁବକଙ୍କ ମାଧ୍ୟମରେ ସେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ହାତରେ ସେ ଧରାପଡ଼ିଥିଲେ। ଇନ୍ସପେକ୍ଟର ମାନସୀ ଜେନାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରିବା ପରେ ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ତାଙ୍କର ଅଫିସ୍ ଓ ବାସଭବନ ଆଦି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି। ସେହିପରି ମୁକେଶ ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ।
Related Posts
ପୌର ନିର୍ବାଚନ:ସରକାରୀ କର୍ମଚାରୀଙ୍କ ପାଇଁ ୩ ଦିନ ଛୁଟି ଘୋଷଣା।
ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ହେଉଥିବା ଭୋଟ ଗ୍ରହଣ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏନେଇ ଜିଲ୍ଲାପାଳ, ସମସ୍ତ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କୁ…
ପଦଯାତ୍ରା ପୂର୍ବରୁ ବିଜେଡିର ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀ: ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନଙ୍କ ଆହ୍ୱାନ୍
ଭୁବନେଶ୍ୱର: ଲୋକଙ୍କ ସହ ରହି ଲୋକଙ୍କ ପାଇଁ କାମ କରୁଛି ରାଜ୍ୟ ବିଜଡି। ରାଜ୍ୟ ସରକାର କରିଥିବା ଜନମଙ୍ଗଳ କାର୍ଯ୍ୟକୁ ଲୋକଙ୍କ ପାଖରେ କିପରି ପହଞ୍ଚିବ, ତା…
ଉପଖଣ୍ଡ କ୍ରିଡା ସଙ୍ଘରେ ପାତର ଅନ୍ତର ଅଭିଯୋଗ: ଉପ ଜିଲ୍ଲାପାଳଙ୍କୁ ଫେରାଦ ହେଲେ କ୍ରୀଡାବିତ
ଅନୁଗୋଳ: ଅନୁଗୋଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଛି । ଯାହା ଫଳରେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନେ ଅଣଦେଖା ହେଉଛନ୍ତି ।…