49 ହଜାର ଟଙ୍କା ଲଞ୍ଚ ନେଇ ଧରାପଡିଲେ ସରକାରୀ ବାବୁଆଣି ।ଅନୁଗୋଳ DWO ଚାରୂଲତା ମଲ୍ଲିକ ନିଜ ରୋଷେୟା ଠାରୁ ଲାଞ୍ଚ ନେଉଥିବା ଧରିଛି ଭିଜିଲାନ୍ସ। ୩ମାସର ଦରମା କରାଇବା ପାଇଁ ଲାଞ୍ଚ ନେଉଥିଲେ ଚାରୂଲତା।ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଅନୁଗୋଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚାରୂଲତା ମଲ୍ଲିକ। ସେ ତାଙ୍କ ନିଜ କାର୍ଯ୍ୟାଳୟର ଜଣେ ଆଟେଣ୍ଡାଣ୍ଟ(ରୋଷେୟା ) ଚତୁର୍ଭୁଜ ପୋଢ଼ଙ୍କ ଠାରୁ ୩ମାସର ଦରମା ରିଲିଜ କରିବାକୁ ୪୯ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ଼ ହ୍ୟାଣ୍ଡ ଧରା ପଡ଼ିଥିଲେ। ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କ ଜଗତପୁରସ୍ଥିତ ନିଜସ୍ୱ ବାସ ଭବନ, ଅନୁଗୋଳ ସରକାରୀ କ୍ୱାର୍ଟର ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚାରୂଲତା ମଲ୍ଲିକଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଛି।ସେ କୁଆଡେ ଚାକିରି ଦେବା ନାଁ ରେ ଲାଞ୍ଚ ମଧ୍ୟ ନେଉଥିବା ସୂଚନା ରହିଛି ।
ଲାଞ୍ଚେଇ ବାବୁଆଣୀ , ନିଜ ରୋଷେୟା ଠୁ ଲାଞ୍ଚ ନେବାବେଳେ ବାନ୍ଧିଲା ଭିଜିଲାନ୍ସ …
