ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଅନୁଗୋଳ : ଲାଞ୍ଚନେଇ ଧରାପଡ଼ିଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହି ଯନ୍ତ୍ରି । ଅନୁଗୋଳ ଜିଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହି ଯନ୍ତ୍ରି ସନ୍ତୋଷ କୁମାର ସାହୁ ଆଜି ୫୦  ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ପ୍ରତପ କୁମାର ପଟ୍ଟନାୟକ ନାମକ ଜଣେ ଠିକାଦାର ଙ୍କ ବିଲ ପାସ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା।

ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜିଲାର ତାଳଚେର ରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହି ଯନ୍ତ୍ରି ସନ୍ତୋଷ ସାହୁ କଣିହାଁ ବ୍ଲକ ବିଜିଗୋଲ ଗାଁ ପ୍ରତପ କାମର ପଟ୍ଟନାୟକ ନାମକ ଠିକାଦାର ଙ୍କ  ଫାଇନାଲ ବିଲ ପାସ ପାଇଁ ତାଙ୍କୁ ହଇରାଣ କରୁଥିଲେ। ଟଙ୍କା ଦେଲେ ବିଲ ପାସ କରିବା ପାଇଁ କହିଥିଲେ। ଆଜି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। । ଏହାପରେ ତାଙ୍କର ସରକାରୀ କ୍ବାଟର, ଭାପୁରରେ ଥିବା ପୈତୃକ ଘର ଏବଂ ଭୁବନେଶ୍ଵର କଳିଙ୍ଗବିହାରରେ ରହୁଥିବା ଘରେ ମଧ୍ୟ ଭିଜିଲାନ୍ସ  ପକ୍ଷରୁ ଚଢାଉ ଚାଲିଛି। ଏନେଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *