ସ୍କୁଲ ବନ୍ଦ ପରେ ଅସନ୍ତୁଷ୍ଠ ଗ୍ରାମବାସୀ ଘେରିଲେ ଜିଲ୍ଲାପାଳ କାର୍ଯ୍ୟଳୟ

ଅନୁଗୋଳ: ଅନୁଗୋଳ ବ୍ଲକ ସାନକଞ୍ଜନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ। ସେହି ସ୍କୁଲ ଉପରେ ନିର୍ଭର କରୁଥିବା ସାନକଞ୍ଜନି, ବଡ଼କଞ୍ଜନି, ନୂଆପଡା, ସତରଙ୍ଗ ଓ ସାରଙ୍ଗପୁର ଗ୍ରାମର ୫ହଜାରରୁ ଅଧିକ ଗ୍ରାମବାସୀ ମଙ୍ଗଳବାର ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଗ୍ରାମବାସୀ ଅଭିଯୋଗ କରିଛନ୍ତିଯେ ସ୍କୁଲଟି ୧୯୮୨ ମସିହାରୁ ସ୍ଥାପିତ ହୋଇଛି। ଏବେ ମଧ୍ୟ ସେଠାରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୬୧ ଜଣ ପିଲା ପାଠ ପଢୁଛନ୍ତି। କିନ୍ତୁ ଶିକ୍ଷା ବିଭାଗ ତରଫରୁ ସ୍କୁଲଟିକୁ ବନ୍ଦ କରିଦିଆଯାଇଛି। ପ୍ରାୟ ୬ମାସ ହେଲାଣି ସେଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଘରେ ବସି ରହିଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରାଯାଇଛି। ହେଲେ କେହି କର୍ଣ୍ଣପାତ କରୁ ନାହାନ୍ତି। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଶିକ୍ଷା ବିଭାଗ ଖେଳ ଖେଳୁଛି।  ତେଣୁ ତୁରନ୍ତ ସେହି ସ୍କୁଲକୁ ଖୋଲିବା ସହ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆହୁରି ଭୟଙ୍କର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *