ଅନୁଗୋଳ : ଆସନ୍ତା ୨୦୨୩ବେଳକୁ ଅନୁଗୋଳ ଏକ ଅତ୍ୟାଧୁନିକ ଜିଳାରେ ପରିଣତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କୋଟି କୋଟି ଟଙ୍କା ବ୍ୟୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ପର୍ଯ୍ୟଟନ, କୃଷି ଓ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ବ୍ୟାପକ ଉନ୍ନତି ଅଣାଯିବ। ଅନେକ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ଯାଇଛି ବୋଲି ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେବାସହ ଆଗାମୀ ଯୋଜନା ସମ୍ପର୍କିତ ସମସ୍ତ ବିଷୟ ରେ ପାୱାର ପଏଣ୍ଟ ପ୍ରେଜେଣ୍ଟ ଷ୍ଟେସନ ରେ ସୂଚନା ଦିଆଯାଇଥିଲା । ଶିକ୍ଷାର ବିକାଶ ପାଇଁ ଜିଳାରେ ପ୍ରଥମ ଥର ପାଇଁ ସେଣ୍ଟ୍ରାଲ କୁକିଙ୍ଗ ବ୍ୟବସ୍ଥା, ବିଶ୍ୱସ୍ତରୀୟ ଲାଇବ୍ରେରୀ, ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରେ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବାକୁ ତାଲିମ ବ୍ୟବସ୍ଥା ଏବଂ ଅତି କମରେ ଦୁଇଟି ବିଦେଶୀ ଭାଷା ଶିଖିବାର ବ୍ୟବସ୍ଥା କରାଯିବ। ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାରର ଟ୍ରମା କେୟାର ନିର୍ମାଣ କରାଯିବ। ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବିଭାଗରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରାଯିବ। :
ସେହିପରି ଅନ୍ୟାନ୍ୟ ସମସ୍ତ ସମସ୍ୟାର ସମାଧାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ଗ୍ରାମାଞ୍ଚଳରେ ଲୋକଙ୍କ ରୋଜଗାର ବଢାଇବା ଠାରୁ ସହରାଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ।ଅନୁଗୋଳ ଭିଜନ-୨୩ରେ ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି ତାହା ଯେତେ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲାପାଳ ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଉପାଳିଲାପାଳ, ପ୍ରକଳ୍ପ ନିର୍ଦେଶକଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।