ଜିନ୍ଦଲ ନଗର ଦେବ ଭୂମି ପରିସରରେ ଦେବସ୍ନାନ ପୁର୍ଣିମା ନୀତି ସଂପନ୍ନ

ଅନୁଗୋଳ :ରବିବାର; ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ସଂପନ୍ନ ହୋଇଯାଇଛି  ଏହି ଅବସର ରେ ଜିନ୍ଦଲ ନଗରରେ ବାସକରୁଥିବା ଶ୍ରଦ୍ଧାଳୁ ଙ୍କ ସହ ପାର୍ଶ୍ଵବର୍ତ୍ତି ଗ୍ରାମାଞ୍ଚଳରୁ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁଯୋଗ ଦେଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ପର୍ବରେ ଭାଗ ନେଇଥିଲେl ଦେବସ୍ନାନ ପୂର୍ଣ୍ଣିମା ନୀତି ଅବସରରେ,ମନ୍ଦିରର ଆଦ୍ୟସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ସହିତ ଯୋଗଦେଇ ବୈଦିକ ପରମ୍ପରା ବିଧିମୁତାବକ ଛେରା ପହଁରା ନୀତି ସଂପୂର୍ଣ୍ଣ ଶ୍ରଦ୍ଧା ଏବଂ ଭକ୍ତିର ସହନିର୍ବାହ କରିଥିଲେl

ପୁରୀ ମନ୍ଦିର ର ବୈଦିକ ନୀତି ଅନୁସାରେ ପାଳନ କରାଯାଇ ଥିବା ଏହି ପବିତ୍ର କାର୍ଯ୍ୟକ୍ରମଟି ପ୍ରାତଃ୬.୦୦ଘଟିକାରୁ ପୁରୋହିତ ଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ପୂଜ ନୀତି ଯଥା, ଦ୍ରାରଫିଟା, ମଙ୍ଗଳଆରତୀ, ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରିବିଜେ ଇତ୍ୟାଦି ସହିତ ଆରମ୍ଭ କରାଯାଇଥିଲାl ତାହାପରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ମୁଖ୍ୟ ମନ୍ଦିରଠାରୁ ସ୍ନାନ ମଣ୍ଡପ ପର୍ଯ୍ୟନ୍ତ ଧାଡି ପହଣ୍ଡି ସହ ମଙ୍ଗଳଆରତୀ, ତଡପଲାଗି, ଅବକାଶ, ଶ୍ରୀମୁଖପୋଛାଏବଂଅନ୍ୟାନ୍ୟ ରୀତିନୀତିଗୁଡିକଅନୁଷ୍ଠିତହୋଇଥିଲାl ସ୍ନାନ ଯାତ୍ରା ବିଧି ସଂପନ୍ନ ହେବାପରେ, ଏହାବିଶ୍ବାସଅଛିଯେ, ଠାକୁର ମାନଙ୍କୁ ଜ୍ଵର ହୋଇଥାଏ ଏବଂ ସେମାନେ ଆସନ୍ତା୧୪ଦିନପର୍ଯ୍ୟନ୍ତ ଅଣସରଘରେ ରହି ସୁସ୍ଥତା ଲାଭକରନ୍ତିl

ବର୍ତ୍ତମାନ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଠାକୁର ଙ୍କ ନବଯୌବନ ବେଶରେ ଆସନ୍ତା୧୯ ତାରିଖରେ ହିଁ ଦେଖିବାକୁ ପାଇବେl ଚଳିତବର୍ଷ, ସ୍ଥାନୀୟ ଜିନ୍ଦଲ ନଗର ବାସିନ୍ଦା ଏବଂ ପାର୍ଶ୍ଵବର୍ତୀ ଗ୍ରାମାଞ୍ଚଳର ଅଧିବାସୀମାନେ ଦେବଭୂମିଠାରେ ହେବାକୁଥିବା ଦ୍ଵିତୀୟ ବର୍ଷ ରଥଯାତ୍ରା ନିମନ୍ତେ ଅତ୍ୟନ୍ତଉତ୍ସlହିତ ଅଛନ୍ତିl ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ମ୍ୟାନେଜମେଣ୍ଟ ଏବଂ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ମଧ୍ୟ ଚତୁର୍ଦ୍ଧାବିଗ୍ରହଙ୍କ ରଥଯାତ୍ରା ଏବଂ ବାହୁଡାଯାତ୍ରା ର ରଥଟଣା ନିମନ୍ତେ ଶ୍ରଦ୍ଧାଳୁଙ୍କ ବହୁଳ ସମାଗମ ଆଶାକରୁଅଛିl

Leave a Reply

Your email address will not be published. Required fields are marked *