ଅନୁଗୋଳ: ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଅଘଟଣ । ଅଭୟାରଣ୍ୟ ଭିତରେ ଡ୍ୟୁଟି କରୁଥିବା ବେଳେ ରେଞ୍ଜରଙ୍କ ଗାଡ଼ି ଧକ୍କାରେ ଜଣେ ୱାଚରଙ୍କ ମୃତ୍ୟୁ । କ୍ଷତିପୁରଣ ଦାବିକରି ପରିବାର ଓ ଗାଁ ଲୋକଙ୍କ ସାତକୋଶିଆ ଅଭୟାରଣ୍ୟ ମୁଖ୍ୟ ଫାଟକ ଅବରୋଧ । ଯାହାକୁ ନେଇ ଲାଗିରହିଛି ଉତ୍ତେଜନା ।
![](http://theswara.in/wp-content/uploads/2022/11/vlcsnap-3755-01-08-18h05m31s177.jpg)
![](http://theswara.in/wp-content/uploads/2022/11/vlcsnap-4687-10-14-04h45m37s813.jpg)
ସୂଚନୁସାରେ ଅଭୟାରଣ୍ୟ ମଧ୍ୟରେ ଥିବା ଗୋପାଳପୁର ଗାଁର ସମ୍ବିତ ଦାସ ବନ ବିଭାଗରେ ୱାଚର ଭାବରେ କାମ କରୁଥିଲେ । ଗତକାଲି ରାତି ପ୍ରାୟ ୧୦ଟା ବେଳେ ସମ୍ବିତ ଗୋପାଳପୁର ଗାଁ ପାଖରେ ଡ୍ୟୁଟି କରୁଥିବା ବେଳେ ଟିକରପଡା ରେଞ୍ଜର ମାଗୁଣି ବେହେରା ବିଭାଗ ବୋଲେରୋ ଗାଡ଼ିରେ ଯାଉଥିବା ବେଳେ ତାଙ୍କୁ ଧକା ଦେଇଥିଲେ ।ଧକା ଦେବାପରେ ରେଞ୍ଜରଙ୍କ ଗାଡି ସେଠାରୁ ପଳାଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ସମ୍ବିତ ଛଟପଟ ହୋଇ ରାସ୍ତାକଡ଼ରେ ପଡ଼ି ରହିଥିଲେ। ପ୍ରାୟ ୩ଘଣ୍ଟା ପରେ ପୁଣି ଧକ୍କା ଦେଇଥିବା ଗାଡ଼ି ଆହତ ୱାଚରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
![](http://theswara.in/wp-content/uploads/2022/11/vlcsnap-1347-08-19-06h31m58s937.jpg)
![](http://theswara.in/wp-content/uploads/2022/11/vlcsnap-5871-01-08-03h51m51s805.jpg)
![](http://theswara.in/wp-content/uploads/2022/11/vlcsnap-8349-04-28-02h05m07s222.jpg)
ଘଟଣା ପ୍ରଘଟ ହେବାପରେ ଆଜି ଗୋପାଳପୁର ଗାଁର ଶତାଧିକ ଲୋକେ ପମ୍ପାସର ବନାଞ୍ଚଳ ଅଫିସ ସମ୍ମୁଖରେ ବସି ଧାରଣା ଦେବାସହ ଅଭୟାରଣ୍ୟ ମୁଖ୍ୟ ଫାଟକ ଅବରୋଧ କରିଛନ୍ତି ।