ଅନୁଗୋଳ : ଗୁରୁବାର ଦିନ ବଜାର ଛକ ନିକଟରେ ଆମ ଅନୁଗୋଳ ଆମ ଗୌରବ ଜନ ଅନୁଷ୍ଠାନ ତରଫରୁ ସାଧାରଣ ଲୋକ ମାନଙ୍କ ପାଇଁ ଏକ ଥଣ୍ଡା ପାନୀୟ ଜଳଛତ୍ର ଆରମ୍ଭ କରାଯାଇଛି।ଅନୁଷ୍ଠାନ ର ସଭାପତି ଚନ୍ଦ୍ରକାନ୍ତ ଧଳ ଙ୍କ ଆବାହକତ୍ଵ ରେ ଉକ୍ତ ଜଳଛତ୍ର ବିଧାୟକ ଅନୁଗୋଳ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ ।
ଆଗାମୀ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁବିଧା ପାଇଁ ଏକ ଥଣ୍ଡା ପାନୀୟ ଜଳଛତ୍ର ଆରମ୍ଭ କରାଯାଇଛି। ବଜାର ଛକ ଏକ ବ୍ୟସ୍ତ ବହୁଳ ଅଞ୍ଚଳ ଥିବାରୁ ଦୋକାନ ମାନଙ୍କୁ ଆସୁଥିବା ଗ୍ରାହକ, ସାଧାରଣ ଲୋକ, ପଥଚାରୀ ମାନଙ୍କ ପାଇଁ ଶୁଦ୍ଧ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କୁ ବିଧାୟକ ମହୋଦୟ ପ୍ରଶଂସା କରିଥିଲେ l ଅନୁଗୋଳ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ ସତ୍ୟ ପ୍ରକାଶ ତ୍ରିପାଠୀ , ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଅଶୋକ କୁମାର ଜୈନ୍ ଓ ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ପ୍ରତିଦିନ ଏଠାରେ ଶୁଦ୍ଧ ଓ ଶୀତଳ ପାନୀୟ ଜଳ ସୁବିଧା ଉପଲବ୍ଧ ରହିବ।ଏହି ଅବସରରେ ସଂଗଠନର ପଦାଧିକାରୀମାନେ କହିଥିଲେ ଯେ, ତିବ୍ର ଗ୍ରୀଷ୍ମରେ ଲୋକଙ୍କୁ ସହାୟତା କରିବା ଓ ସାମାଜିକ ସେବା କରିବା ହେଉଛି ସଂଗଠନର ପ୍ରମୁଖ ଲକ୍ଷ୍ୟ। ସ୍ଥାନୀୟ ଲୋକମାନେ ଏହି ପ୍ରୟାସକୁ ସ୍ୱାଗତ କରି ସଂଗଠନକୁ ପ୍ରଶଂସା କରିଥିଲେ।
ସଂଗଠନ ପକ୍ଷରୁ ଏହି ପାନୀୟ ଜଳ ପ୍ରକଳ୍ପଟି ସମଗ୍ର ଗ୍ରୀଷ୍ମ ଋତୁରେ ଚାଲୁ ରହିବାକୁ ଯୋଜନା କରାଯାଇଛି ବୋଲି ସଭାପତି ଚନ୍ଦ୍ରକାନ୍ତ ଧଳ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଉପଦେଷ୍ଠା ଭୂପେଶ ଚନ୍ଦ୍ର ପ୍ରଧାନ, ଅମୀୟ ତ୍ରୀପାଠୀ, ବ୍ରଜବନ୍ଧୁ ଦେହୁରୀ, କମଲେଶ ବର୍ମା ସମ୍ପାଦକ ସୁଧୀର ରଞ୍ଜନ ସାହୁ , ଉପସଭାପତି ସେକ୍ ରଫିକ , କୋଷାଧକ୍ଷ ଅଶୋକ କୁମାର ମୋଦୀ, ସହ ସମ୍ପାଦକ ଦୀପକ ସାହୁ ଏବଂ ସଦସ୍ୟ କପିଲ ଫୋଗଲା, ବିକାଶ ଶର୍ମା , ସୂର୍ଯ୍ୟକାନ୍ତ ଧଳ, ହାଇଦର ଅଲି, ସତ୍ୟବ୍ରତ ସାହୁ, ସବଦର୍ ଅଲି, ସୁବ୍ରତ ସାହୁ , ମୁକେଶ କୁମାର ବିଶ୍ୱାଳ, ସୁଜିତ୍ ସାହୁ, ଦେବାଶିଷ ତ୍ରୀପାଠୀ , କ୍ରିଷ୍ଣା ଦେହୁରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l



