କିଏ କହିଲା ସଚ୍ଚୋଟତା ନାହିଁ ବୋଲି !

ଅନୁଗୋଳ : ଏବେବି ରହିଛି ସଚ୍ଚୋଟତା।  ଟଙ୍କା ଭର୍ତ୍ତି ପର୍ସ ପାଇଥିଲେ ବି ଲୋଭ ତାଙ୍କୁ ଛୁଇଁ ପାରି ନଥିଲା। ଶେଷରେ ହଜାଇ ଥିବା ବ୍ୟକ୍ତି ଙ୍କୁ ତାଙ୍କ ମନୀ ପର୍ସ ଫେରାଇ ଥିଲେ ତିନି ଯୁବକ। ଏଭଳି ଏକ ଘଟଣା ନଜର କୁ ଆସିଛି ଅନୁଗୋଳ ରେ। ଆଉ ସେ ଯୁବକ ମାନେ ହେଲେ  ଲିଙ୍ଗିଡାଯୋଡି ଗାଁ ର ସରୋଜ କୁମାର କର ,ବିଶ୍ଵଜିତ ରାଉଳ ଓ  ସୁଦୀପ ସାହୁ ।।ଗତ ଦୁଇଦିନ ତଳେ ଅନୁଗୋଳ ଦଶହରା ପଡିଆ ରେ ଯାତ୍ରା ଦେଖି ଯାଇଥିବା ବେଳେ ଶିମିଳିପଡ଼ା ର ବ୍ୟବସାୟୀ ସଞ୍ଜୀବ କୁମାର ପ୍ରଧାନ ତାଙ୍କ ପର୍ସ କେଉଁଠି ପକାଇ ଦେଇଥିଲେ। ସେଠାକୁ ଯାତ୍ରା ଦେଖି ଆସିଥିବା ଏହୂ ତିନି ଯୁବକ ପର୍ସ ଟି କୁ ପାଇ ସଂଗେ ସଂଗେ ଯାତ୍ରା ପାର୍ଟି କୁ ଯାଇ କହିବା ସହ ଏକ ପର୍ସ ମିଳିଥିବା ସୂଚନା ପ୍ରଦାନ କରିଥିଲେ। ଖାଲି ସୂଚନା ଦେଇ ନଥିଲେ ବରଂ କେହି ପର୍ସ ଖୋଜିଲେ ତାଙ୍କ ମୋବାଇଲ ନଂ ମଧ୍ୟ ରେ ଯୋଗାଯୋଗ କରିବା ପାଇଁ ମଧ୍ୟ କହି ଯାଇଥିଲେ।ପରବର୍ତ୍ତୀ ସମୟରେ ସଂଜୀବ ନିଜ ପର୍ସ ହଯିବା ଜାଣିବା ପରେ ଯାତ୍ରା ପରିଚାଳନା କମିଟି (ଦୁର୍ଗା ଶଙ୍କର ପୂଜା କମିଟି) ର ସହାୟତା ନେଇଥିଲେ। କମିଟି ର କର୍ମକର୍ତ୍ତା ଙ୍କ ସହଯୋଗ ଓ ଯାତ୍ରା ପାର୍ଟି ପରି ଚାଳକ ଙ୍କ ସହଯୋଗ କ୍ରମେ ଆଜି ଯୁବକ ମାନେ ଆସି ସଂଜୀବ ଙ୍କୁ ତାଙ୍କ ପର୍ସ ଫେରାଇ ଥିଲେ।

Advertisement

Leave a Reply

Your email address will not be published. Required fields are marked *