ବିଧାନସଭା ଶୀତ ଅଧିବେଶନର ୩ୟ ଦିନ: ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ, ୪ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନରେ ବିରୋଧୀ ପ୍ରଥମରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ବରଂ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଗୃହରେ ହଟ୍ଟଗୋଳ କରିଛନ୍ତି। ଫଳରେ ବାଚସ୍ପତି ଅପରାହ୍ନ ୪ଟାଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି | ତେବେ ଏହାକୁ ନେଇ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି ଯେ ବିରୋଧୀମାନେ ଗୃହ ଚଳାଇଦେଉନାହାନ୍ତି। ଫଳରେ ଅନେକ ପ୍ରସଙ୍ଗ ଆଲୋଚନା ହେବା କଥା ହୋଇପାରୁନାହିଁ। ଅନେକ ପ୍ରସଙ୍ଗ ରହିଛି | ବିରୋଧୀ ଜାଣିଶୁଣି ଆଲୋଚନା କରାଇ ଦେଉନାହାନ୍ତି। ଆଦିବାସୀଙ୍କ ସହିତ ସରକାର ଅଛନ୍ତି। ଆଦିବାସୀଙ୍କ ବିକାଶ କରୁଛନ୍ତି ସରକାର। କ୍ୟାବିନେଟ ନିଷ୍ପତ୍ତି ସରକାର ସ୍ଥଗିତ ରଖିଛନ୍ତି. ମନ୍ତ୍ରୀ ମଧ୍ୟ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ଅଯଥାରେ ଗୃହକୁ ଚଳାଇଦେଉନାହାନ୍ତି। ୨୪ ବର୍ଷର ସରକାର ଆଦିବାସୀଙ୍କ ପାଇଁ ବହୁତ କିଛି କରିଛନ୍ତି।

Leave a Reply

Your email address will not be published. Required fields are marked *