କଟକ :ଓଡ଼ିଶା ଇତିହାସରେ ଘଟିଲା ବିରଳ ଘଟଣା। ଏକା ସଙ୍ଗେ ମହିଳା ଜନ୍ମଦେଲେ ୪ ନବଜାତଙ୍କୁ । ଆଉ ମାମୁ ବନିଛନ୍ତି ସବ୍ୟସାଚୀ । ଘଟଣା ଅନୁଯାୟୀ କିଛି ଦିନ ତଳେ ଭଞ୍ଜନଗର -ଶରଣକୁଳ ଅଞ୍ଚଳର ଜଣେ ମହିଳା ପ୍ରସବ ବେଦନା ଅନୁଭବ କରିଥିଲେ । ତାଙ୍କର ଗର୍ଭରେ ଚାରି ଶିଶୁ ରହିଥିଲେ । ମାତ୍ର ଆର୍ଥିକ ଅଭାବରୁ ସେ ତାଙ୍କର ଚିକିତ୍ସା କରାଇପାରୁନଥିଲେ । ଘଟଣା ବିଷୟରେ ସୂଚନା ପାଇବା ପରେ ସବ୍ୟସାଚୀ ତାଙ୍କୁ ଏସସିବିରେ ଭର୍ତ୍ତ କରାଇଥିଲେ। ଏସସିବିରେ ପରୀକ୍ଷା ପରେ ମହିଳା ଜଣକ ଜଣ୍ଡିସ୍, ସିକଲସେଲ, ଏବଂ ଆନିମିଆରେ ଆକ୍ରାନ୍ତ ଥିବା କଥା ମଧ୍ୟ ଜଣାପଡ଼ିଥିଲା । ଏହାପରେ ଏସସିବିରେ ସ୍ତ୍ରୀ ଓ ପ୍ରସୁତି ବିଭାଗର ମୁଖ୍ୟ ଡା.ତୁଷାର କରଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା । ଛବିଙ୍କ ସହ ନବଜାତଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ଡାକ୍ତର । ଡାକ୍ତରଙ୍କ ଚେଷ୍ଟାରେ ସୁରକ୍ଷିତ ଭାବରେ ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଛବି। ଉଭୟ ମା’ ଏବଂ କନ୍ୟା ସନ୍ତାନଙ୍କର ସ୍ୱାସ୍ଥ୍ୟବସ୍ଥ୍ୟ ଭଲ ଥବା ନେଇ କୁହାଯାଇଛି । ସେପଟେ ସବ୍ୟସାଚୀ ପୂରା ଡାକ୍ତରୀ ଟିମକୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ସେ ମାମୁ ହୋଇଗଲେ। ଏ ନେଇ ସେ ଫେସବୁକରେ ପୋଷ୍ଟ କରିଛନ୍ତି
Related Posts
ନଦୀରେ ବୁଡ଼ି ୨ ଭାଇଙ୍କ ମୃତ
ଯାଜପୁର: ଯାଜପୁରରେ ଘଟିଯାଇଛି ଏକ ଦୁଖଦ ଘଟଣା। ଖରସ୍ରୋତା ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ଦୁଇ ଭାଇଙ୍କ ବୟସ ୧୫ରୁ…
ମହାମାରୀ ମୁକାବିଲା ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଆଉ ୨୫ କୋଟି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
କୋଭିଡ୍ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଆଉ ୨୫କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାରେ ୨୫କୋଟିର…
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ କବିତା ପୁସ୍ତକ ’ବିୟଣ୍ଡ ହିୟର ଆଣ୍ଡ ଅଦର ପୋଏମ୍ସ’ ଲୋକାର୍ପିତକଲେ ନବୀନ ।
ଭୁବନେଶ୍ୱର:ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଦ୍ୱାରା ଲିଖିତ ଇଂରାଜୀ କବିତା ପୁସ୍ତକ ‘ବିୟଣ୍ଡ ହିୟର ଆଣ୍ଡ ଅଦର ପୋଏମ୍ସ’କୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…