ଅନୁଗୋଳ ଚୁଡାନ୍ତ ସଂରକ୍ଷିତ ତାଲିକା, ୮ ବ୍ଲକରୁ ୪ଟିରେ ମହିଳା

ଅନୁଗୋଳ: ଅନୁଗୋଳ ଜିଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପଦବୀର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି। ଜିଲାର ମୋଟ୍‌ ୮ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ମଧ୍ୟରୁ ଅନୁଗୋଳ ବ୍ଲକ ଅଧ୍ୟକ୍ଷ ପଦବୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି। ସେହିପରି ଆଠମଲ୍ଲିକ, କଣିହାଁ ଓ ବଅଁରପାଳ ଅଣସଂରକ୍ଷିତ ଥିବାବେଳେ କିଶୋରନଗର ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ପଦବୀ ମହିଳା, ଚାଳଚେର ବ୍ଲକ ଅଧ୍ୟକ୍ଷ ପଦବୀ ମହିଳା ଏବଂ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ସେହିପରି ଅନୁଗୋଳ ବ୍ଲକରେ ଥିବା ମୋଟ୍‌ ୩୪ଟି ପଞ୍ଚାୟତ ମଧ୍ୟରୁ ୨୭ଟି ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଛି। ସେଥିରୁ ୧୪ଟି ପୁରୁଷ ଓ ୧୩ଟି ମହିଳାଙ୍କ ପାଇଁ ରଖାଯାଇଛି। ଅନ୍ୟ ୭ଟି ମଧ୍ୟରୁ ଅନୁସୂଚିତ ଜାତି ପୁରୁଷଙ୍କ ପାଇଁ ୩ ଓ ମହିଳାଙ୍କ ପାଇଁ ୪ଟି ପଞ୍ଚାୟତ ସଂରକ୍ଷିତ ରହିଛି। ବଅଁରପାଳ ବ୍ଲକର ୩୫ ପଞ୍ଚାୟତ ମଧ୍ୟରୁ ୨୬ଟି ପଞ୍ଚାୟତ ଅଣସଂରକ୍ଷିତ ଓ ୯ଟି ପଞ୍ଚାୟତ ଅନୁସୂଚିତ ଜାତିଙ୍କ ପାଇଁ ରଖାଯାଇଛି। ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତ ମଧ୍ୟରୁ ୨୬ଟି ଅଣସଂରକ୍ଷିତ ଓ ଅନୁସୂଚିତ ଜାତିଙ୍କ ପାଇଁ ୮ଟି ପଞ୍ଚାୟତ ରଖାଯାଇଛି। ତାଳଚେର ବ୍ଲକର ୨୧ ପଞ୍ଚାୟତ ମଧ୍ୟରୁ ୧୫ଟି ଅଣସଂରକ୍ଷିତ ଓ ୬ଟି ଅନୁସୂଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ରହିଛି। କଣିହାଁ ବ୍ଲକର ୨୭ ପଞ୍ଚାୟତ ମଧ୍ୟରୁ ୨୦ଟି ଅଣସଂରକ୍ଷିତ ଓ ୭ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ମଧ୍ୟରୁ ୨୦ଟି ଅଣସଂରକ୍ଷିତ ଓ ୪ଟି ଅନୁସୂଚିତ ଜାତି, କିଶୋରନଗର ବ୍ଲକର ୨୩ ପଞ୍ଚାୟତ ମଧ୍ୟରୁ ୧୯ଟି ଅଣସିଂରକ୍ଷିତ ଓ ୪ଟି ଅନୁସୂଚିତ ଜାତି, ପାଲଲହଡ଼ା ବ୍ଲକର ୨୭ ପଞ୍ଚାୟତ ମଧ୍ୟରୁ ୨୩ଟି ଅଣସିଂରକ୍ଷିତ ଓ ୪ଟି ଅନୁସୂଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ରହିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ସମିତି ସଭ୍ୟମାନଙ୍କ ପାଇଁ ମଧ୍ୟ ସ୍ଥାନ ସଂରକ୍ଷଣ କରାଯାଇଛି।

Leave a Reply

Your email address will not be published. Required fields are marked *