ଲୋକସଭାରେ ପାସ୍‌ ହେଲା ମହିଳା ସଂରକ୍ଷଣ ବିଲ୍‌ ।

 ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩) ଲୋକସଭାରେ ପାରିତ ହୋଇଛି। ସ୍ଲିପ ଦ୍ୱାରା ଭୋଟିଂ କରାଯାଇଥିଲା। ବିଲ ସପକ୍ଷରେ ୪୫୪ ଭୋଟ ଏବଂ ବିରୋଧରେ ଦୁଇଟି ଭୋଟ ଦିଆଯାଇଥିଲା। ଭୋଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ଏହି ବିଲ ରାଜ୍ୟ ସଭାରେ ଉପସ୍ଥାପିତ ହେବ। ବୁଧବାର ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଉପରେ ହୋଇଥିବା ଆଲୋଚନାରେ ପ୍ରାୟ ୬୦ ଏମ୍‌ପି ଅଂଶଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ଅଧିକାଂଶ ବିରୋଧୀ ଦଳ ଏହି ବିଲ୍‌କୁ ସମର୍ଥନ କରିଥିଲେ ଏବଂ ଏହାର ତୁରନ୍ତ କାର୍ଯ୍ୟକାରିତା ଏବଂ ଓବିସି କୋଟା ଅନ୍ତର୍ଭୂକ୍ତ କରିବାକୁ ଦାବି କରିଥିଲେ।
ଏହି ବିଲ ଉପରେ ଆଲୋଚନା ବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ସ୍ମୃତି ଇରାନୀ, ଅର୍ଜୁନ ମେଘୱାଲ ଏବଂ ଅନ୍ୟ ନେତାମାନେ ବିରୋଧୀଙ୍କ ଦାବିକୁ ଜବାବ ଦେଇଛନ୍ତି। ବିରୋଧୀ ଦଳ ପକ୍ଷରୁ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଲୋଚନା ଆରମ୍ଭ କରିଥିଲେ। ଏହା ପରେ ଏନସିପି ଏମ୍‌ପି ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟି ଏମ୍‌ପି ଡିମ୍ପଲ ଯାଦବ, ଡିଏମକେ ଏମ୍‌ପ କନିମୋଝୀ ଏବଂ ଟିଏମସି ଏମ୍‌ପି ମହୁଆ ମୋଇତ୍ରାଙ୍କ ସମେତ ବହୁ ମହିଳା ବିପକ୍ଷ ଏମ୍‌ପି ସରକାରଙ୍କୁ ଟାର୍ଗେଟ କରିଥିଲେ।

Leave a Reply

Your email address will not be published. Required fields are marked *