ଅନୁଗୋଳ :ଫାକଟ୍ରିସ ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ଅନୁଗୋଳ ପକ୍ଷରୁ ଏକ ଡିଭିଜନ ସ୍ତରୀୟ କର୍ମଶାଳା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମ୍ମିଳନୀ କକ୍ଷରେ ୨୨ ଫେବୃୟାରୀ ତାରିଖରେ ଆୟୋଜିତ ହୋଇଯାଇଅଛି l ‘ ତାପଜ ବିଦ୍ୟୁତ କେନ୍ଦ୍ରରେ ନିରାପତ୍ତାଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଗୁରୁତ୍ଵ ପ୍ରଦାନ କରିବା ସହ ବିପଦ ନିୟନ୍ତ୍ରଣ ଏବଂ ଏହାର ସୁପରିଚାଳନାକିପରି କରାଯାଇପାରିବ ତାହା ଥିଲା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ lଏହି ଅବସରରେ ଫାକଟ୍ରିସ ଆଣ୍ଡ ବଏଲର୍ସ ବିଭାଗର ଅନୁଗୋଳ ଜୋନ ଉପ-ନିର୍ଦ୍ଦେଶକ, ଡକ୍ଟର ରମେଶ କୁମାର ବେହେରାଏବଂ ଫାକଟ୍ରିସ ଆଣ୍ଡ ବଏଲର୍ସ ବିଭାଗର ସହ-ନିର୍ଦ୍ଦେଶିକା ଅନୁଗୋଳ ଜୋନ – ୧, ଶ୍ରୀମତୀ ଅର୍ଚ୍ଚନା ଦାସ, ଜିନ୍ଦଲ ଷ୍ଟିଲଆଣ୍ଡ ପାୱାର ଅନୁଗୋଳ ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ହୃଦୟେଶ୍ଵର ଝା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ନିର୍ବାହୀନିର୍ଦ୍ଦେଶକ (ଜେଏସଓଏଲ), ଶ୍ରୀ ଦାମୋଦର ମିତ୍ତଲ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏହି କର୍ମଶାଳାରେ ଯୋଗଦେଇ ନିଜର ଅଭିଜ୍ଞତା ଉପସ୍ଥାପନ କରିବା ସହ ନିୟମିତ ବ୍ଯବଧାନରେ ଏହି ପ୍ରକାର କର୍ମଶାଳା ଆୟୋଜନର ମହତ୍ଵବିଷୟରେ କହିଥିଲେ l କର୍ମଶାଳା ପ୍ରାରମ୍ଭରେ ଫାକଟ୍ରିସ ଆଣ୍ଡ ବଏଲର୍ସ ବିଭାଗର ସହ-ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଦାସ ସ୍ଵାଗତଅଭିଭାଷଣ ପ୍ରଦାନ କରିଥିଲା ବେଳେ ଫାକଟ୍ରିସ ଆଣ୍ଡ ବଏଲର୍ସ ବିଭାଗର ଅନୁଗୋଳ ଡିଭିଜନ ଉପ-ନିର୍ଦ୍ଦେଶକ ଡକ୍ଟର ରମେଶକୁମାର ବେହେରା କର୍ମଶାଳା ବିଷୟବସ୍ତୁ ଉପରେ ଚିନ୍ତା ପ୍ରକଟ କରିବା ସହ ଅକୁପେସନାଲ ରୋଗ ବିଷୟରେ ନିଜର ମତାମତରଖିଥିଲେ l
ଏହି ଅବସରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ ଅଧିକାରୀ, ଶ୍ରୀ ଅନୁପ କୁମାର ମଲ୍ଲିକ, ତାପଜ ବିଦ୍ୟୁତ କେନ୍ଦ୍ରରେଧୁଳିକଣା ସମସ୍ଯା ଏବଂ ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ବିଷୟରେ କର୍ମଶାଳାରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁପ୍ରକାଶ କରିଥିଲେ lଏହି କର୍ମଶାଳାରେ ଶ୍ରୀ ହୃଦୟେଶ୍ଵର ଝା ଏବଂ ଶ୍ରୀ ଦାମୋଦର ମିତ୍ତଲଙ୍କ ସହିତ ଅନ୍ୟାନ୍ୟ ଅତିଥି ଯଥା, ଶ୍ରୀ ବି. ପ୍ରଧାନ,ନିର୍ବାହୀ ନିର୍ଦ୍ଦେଶକ- ନାଲକୋ, ଶ୍ରୀ କେ.ଏସ. ସୁନ୍ଦରମ, ନିର୍ବାହୀ ନିର୍ଦ୍ଦେଶକ- ଟିଏସଟିପିଏସ, ଏନଟିପିସି, ଶ୍ରୀ ଅତୁଲଦୁବେ, ଇଭିପି- ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଶ୍ରୀ ଜି.ପ୍ରକାଶ, ଭିପି- ନବ ଲିମିଟେଡ, ଶ୍ରୀ ରାଜ କୁମାର ଚୌଧୁରୀ,ଜେଆଇଟିପିଏଲ ପ୍ଳାଣ୍ଟ ମୁଖ୍ୟ ଏବଂ ଶ୍ରୀ ଅଗମ କୁମାର, ଟାଟା ଷ୍ଟିଲର ମୁଖ୍ୟ ନିରାପତ୍ତା ଅଧିକାରୀ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ lଏହି ଅବସରରେ ବିଭିନ୍ନ ଶିଳ୍ପ ସଂସ୍ଥାର ଅକୁପେସନାଲ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ମାନେ ଯୋଗ ଦେଇ ଅକୁପେସନାଲସ୍ୱାସ୍ଥ୍ୟ ବିଷୟରେ ନିଜ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ l
ପରିଶେଷରେ,ଫାକଟ୍ରିସ ଆଣ୍ଡ ବଏଲର୍ସ ବିଭାଗର ସହ-ନିର୍ଦ୍ଦେଶକ, ଅନୁଗୋଳ ଜୋନ-୧ କର୍ମଶାଳାରେ ଉପସ୍ଥିତ ଥିବାଅତିଥି, ଅଂଶଗ୍ରହଣକାରୀ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଧନ୍ୟବାଦ ପ୍ରଦାନ କରିଥିଲେ l