ତାତିରୁ ନାହିଁ ତ୍ରାହି : ଖରା ପାଇଁ ୬ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି.

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ଜନଜୀବନ।  ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଦୁଇ ଦିନ ପର୍ଯ୍ୟନ୍ତ ଏଭଳି  ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଭ୍ୟନ୍ତରୀଣ ଓଡିଶାରେ ସ୍ବଭାବିକ ଠାରୁ ୨ ରୁ ୩ ଡିଗ୍ରୀ  ପାରଦ ବଢିବ। ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ରାଜ୍ୟକୁ  ଉତ୍ତପ୍ତ ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହାରି ପ୍ରଭାବରେ ତାପମାତ୍ରା  ଉପରମୁହାଁ ରହୁଛି। ସେହିପରି ଖରା ପାଇଁ ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାକୁ ୱେଲୋ ଆଲର୍ଟ ଜାରି କରାଯାଇଛି

Advertisement

ଆଜି ୪୪ ଡ଼ିଗ୍ରି ତାତି ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ଭାବେ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ୨୭ଟି ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ସେହିଭଳି ୧୬ଟି ସହରରେ ୪୨ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଥିବା ବେଳେ ୮ଟି ସହରରେ ୪୩ ଡ଼ିଗ୍ର କିମ୍ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି।ଆଗାମୀ ୫ଦିନ ରାଜ୍ୟର ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିପାଇଁ ଅନେକ ଜିଲ୍ଲାକୁ ଭୁବ‌ନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ସୁବର୍ଣ୍ଣପୁର,ବୌଦ୍ଧ, କଟକ, ନୟାଗଡ଼ ଓ ଖୋର୍ଧା ରହିଛି। ଏହି ଗ୍ରୀଷ୍ମ ପ୍ରବାହ ସମୟରେ ନବଜାତ, ବୃଦ୍ଧ ଓ ଅସୁସ୍ଥ ଲୋକଙ୍କ ଅଧିକ ଯତ୍ନ ନେବାକୁ ହେବ। ଜରୁରୀ ନଥିଲେ ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।

ସେହିପରି ଏପ୍ରିଲ ୨୬ରୁ ୨୭ ତାରିଖ ମଧ୍ୟରେ ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏପ୍ରିଲ ୨୭ରୁ ୨୮ ତାରିଖ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେତୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। 

Leave a Reply

Your email address will not be published. Required fields are marked *