ଶୀତ ପାଇଁ ଆଲର୍ଟ ,୧୪ ଜିଲ୍ଲାକୁ ଜାରି ହେଲା ୟୋଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ।  ୨ ଦିନ ମଧ୍ୟରେ ଏହି ତାପମାତ୍ରା ହ୍ରାସ ହେବାକୁ ଥିବା ବେଳେ ରାଜ୍ୟର ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ତାପମାତ୍ରା ୩-୪ ଡିଗ୍ରୀ ତଳେ ରହିବ। ଫଳରେ ବର୍ତ୍ତମାନ ତୁଳନାରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଶୀତର ପ୍ରକୋପ ବୃଦ୍ଧ ନେଇ ପାଣିପାଗ ବିଭାଗ ପକ୍ଷରୁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇିଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ଓ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisement

କନ୍ଧମାଳର ଦାରିଙ୍ଗବାଡି ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି । ଏଣେ ଏବର୍ଷର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ରେକର୍ଡ ହୋଇଛି । ଏଠାରେ ରାତ୍ର ତାପମାତ୍ରା ୪ ଡିଗ୍ରି ସେଲସିଅସ୍ ଥିଲା । ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

Leave a Reply

Your email address will not be published. Required fields are marked *