ଡେରେଜାଙ୍ଗ ପାଣିରେ ଭାସି ଯାଉଥିଲେ ଯୁବକ: ଦେବଦୁତ୍ତ ସାଜି ଉଦ୍ଧାର କଲେ ଗ୍ରାମବାସୀ

ଅନୁଗୋଳ: ଲଘୁଚାପ ଜନିତ ବର୍ଷାରେ ପୁରିଛି ଅନୁଗୋଳ ର ଡେରେଜାଙ୍ଗ ଡ୍ୟାମ । ଫଳରେ ଜଳନିଷ୍କାସନ ଜାରି ରହିଛି । ଡେରେଜାଙ୍ଗ ଡ୍ୟାମ ର ଜଳ ଯୋଗୁଁ ଲିଙ୍ଗରା ନାଳରେ ବଢି ପାଣି ଆସିବା ଯୋଗୁଁ  ବଢି ପାଣିରେ ୨ କିଲୋମିଟର ଦୂରକୁ ଭାସି ଯାଇଥିଲେ ଜଣେ ଯୁବକ ।

ଡେରେଜାଙ୍ଗ ନଦୀ ବନ୍ଧ ତଳେ ଥିବା ପରତରା ଗାଁର ଜଣେ ଯୁବକ ପାଣିରେ ଭାସିଯାଇଥିଲେ । ୨ କିଲୋମିଟର ପାଣିରେ ଭାସିଯିବା ପରେ ଜରାସିଂହା ଗାଁର କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଲୋକଙ୍କ ସାହାସୀକତା ଯୋଗୁଁ ପାଣି ସୁଅରୁ ଯୁବକଙ୍କ ଜୀବନ ବଂଚିଯାଇଛି । ଯୁବକ ଜଣଙ୍କ ହେଲେ ପରତରା ଗାଁ ର ୧୪ ବର୍ଷିୟ ଅନିଲ ନାଏକ । ତାଙ୍କ ଆଖିକୁ କିଛି ମାତ୍ରାରେ ଦେଖାଯାଉନଥିବାରୁ ପାଣିରେ ଭାସିଯାଇଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *