ୟୁଥ ହଷ୍ଟେଲ ଆସୋସିଏସନ ନାଲକୋ ୟୁନିଟର ୩୧ତମ ଟ୍ରେକିଂ କ୍ୟାମ୍ପ

ଅନୁଗୋଳ : ୟୁଥ ହଷ୍ଟେଲ ଅଫ ଇଣ୍ଡିଆ ଆସୋସିଏସନ ନାଲକୋ ୟୁନିଟ ପକ୍ଷରୁ ଦୁଇ ଦିନିଆ ଟ୍ରେକିଂ କ୍ୟାମ୍ପ  ଅନୁଷ୍ଠିତ ହୋଇଯାଇଛି।ଅନୁଗୋଳ ବ୍ଲକ ର ଟିକର ପଡା ହାଇସ୍କୁଲ ପରିସର ରୁ ପତାକା ଦେଖାଇ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏହାର ଶୁଭାରମ୍ଭ କରିଥିଲେ। ଆସୋସିଏସନ ର ରାଜ୍ୟ ସମ୍ପାଦକ ପ୍ରହଲ୍ଲାଦ ଚନ୍ଦ୍ର ପଟ୍ଟନାୟକ ନାଲକୋ ୟୁନିଟ ସଭାପତି ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ମିଶ୍ର ,ସମ୍ପାଦକ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ଦାସ ଙ୍କ ତତ୍ୱବାଧାନରେ ଏହି କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା।

କାର୍ଯ୍ୟକ୍ରମ ରେ ଯୋଗଦେଇ ଦେଇ  ଅତିଥି ମାନେ ଜଙ୍ଗଲ ପରିବେଶ ,ବନ୍ୟ ପ୍ରାଣୀ ସୁରକ୍ଷା ଏବଂ ମାନବ ସମାଜ ସହିତ ଉତପୃତ ସମ୍ପର୍କ ଜଡିତ ରହିଛି ବୋଲି ବକ୍ତବ୍ୟ ଦେଇଥିଲେ।।ଏହି ଶିବିରରେ ଅନୁଗୋଳ ବିଭିନ୍ନ କଲେଜ ର ଛାତ୍ରଛାତ୍ରୀ, ସ୍ଥାନୀୟ ଟିକ ର ପଡା ହାଇସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ସମେତ ଢେଙ୍କାନାଳ,କଟକ,ଆଠଗଡ଼,ଖୋର୍ଦ୍ଧା,ଭୁବନେଶ୍ବର,ବହ୍ମପୁର, ବାଲେଶ୍ଵର ପ୍ରଭୃତି ଆଞ୍ଚଳ ର ପ୍ରକୃତି ପ୍ରେମୀ ତଥା ୟୁଥ ଆସୋସିଏସନ ର ସଦସ୍ୟ ମାନେ  ସାମିଲ ହୋଇଥିଲେ।ଶନିବାର ପୂର୍ବାହ୍ନ ରେ ଅନୁଗୋଳ ଠାରେ ସମସ୍ତେ ଏକତ୍ରିତ ହୋଇ ଟିକର ପଡା ସ୍କୁଲ କ୍ୟାମ ଠାରେ ପହଞ୍ଚି ଥିଲେ।

ରବିବାର ସକାଳେ ଏଡିଏମ ଶ୍ରୀ ପ୍ରତାପ ପ୍ରୀତିମୟ ଜଙ୍ଗଲ ଟ୍ରାକିଂ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭରମ୍ବ କରିଥିଲେ।ସମସ୍ତ ପରିବେଶ ପ୍ରେମୀ ଜଙ୍ଗଲ ମଧ୍ୟରେ ୧୦କିମି ପଦ ଯାତ୍ରାରେ ଯାଇ ବିଭିନ୍ନ ବୃକ୍ଷ ଲତା, ଗୁଳ୍ମ, ଜୀବଜନ୍ତୁଙ୍କ ଚଲାପଥ ,ୱେଚ ଟାୱାର ସଂବଦ୍ଧ ରେ ଅବଗତ ହୋଇଥିଲେ।ସାତକୋଶିଆ ଗଣ୍ଡ ରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ର, ମହାନଦୀରେ ନୌକା ବିହାର କରିଥିଲେ।

ଏହି ଶିବିରରେ ୩ଶହ ରୁ ଉର୍ଦ୍ଧ ପରିବେଶ ପ୍ରେମୀ ସାମିଲ ହୋଇଥିଲେ।ଅନୁଗୋଳ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଂହ, ୟୁଥ ହଷ୍ଟେଲ ଓଡିଶା ୟୁନିଟ ଅଧ୍ୟକ୍ଷ ପଦ୍ମନାଭ ଡାଭେ,ସମ୍ବଲପୁର ୟୁନିଟ ଚେୟାରମ୍ୟାନ ସୁରଜ କୁମାର ଦାସ ପ୍ରମୁଖ ଙ୍କ ସମେତ ଆସୋସିଏସନର ଆଜୀବନ ସଦସ୍ୟ ପଦ୍ମଲୋଚନ ପ୍ରଧାନ,ବିପ୍ଳବ ମହାପାତ୍ର, ଶତ୍ରୁଘନ ସାହୁ, ବ୍ରହ୍ମଜ୍ୟୋତି ମିଶ୍ର, ପଦ୍ମଲୋଚନ ପ୍ରଧାନ, ଆଇନଜୀବୀ ଉଦୟ ଶଙ୍କର ମିଶ୍ର,ସରୋଜ ପଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚନାରେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *