ରାଜଧାନୀରେ ଆଉ ୪ ବ୍ଲାକ୍ ଫଙ୍ଗସ୍ ରୋଗୀ!

ଭୁବନେଶ୍ବର: ରାଜଧାନୀରେ ଆଉ ୪ ଜଣ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ସନ୍ଦେହରେ ଚିକିତ୍ସିତ ହେଉଛନ୍ତି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆଉ ଦୁଇ ଜଣଙ୍କୁ ସନ୍ଦେହ ଅବସ୍ଥାରେ ରଖାଯାଇଛି। ଦୁହିଁଙ୍କ ଲ୍ୟାବ୍‌ ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ଲଗାତାର ଦୁଇ ଦୁଇ ଜଣ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା କରୋନା କାଳରେ ଚିନ୍ତା ବଢ଼ାଇ ଦେଇଛି।

ଗତକାଲି ରାଜ୍ୟରେ ପ୍ରଥମଥର ଲାଗି ଜଣେ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସଂପୃକ୍ତ ରୋଗୀ ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହାକୁ ନେଇ ଚର୍ଚା ଥମି ନ ଥିବା ବେଳେ ଆଜି ଆଉ ୪ଜଣ ରୋଗୀ ଏହି ଘାତକ ଫଙ୍ଗସ୍‌ର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦୁଇ ଜଣ ବ୍ୟକ୍ତି ହସ୍ପିଟାଲର ଓପିଡିକୁ ଚିକିତ୍ସା ପାଇଁ ଆସିଥିଲେ। ସେମାନେ ବ୍ଲାକ୍ ଫଙ୍ଗସ୍‌ର ଶିକାର ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ସନ୍ଦେହ ପ୍ର‌କାଶ କରିବା ପରେ ଦୁହିଁଙ୍କ ଲ୍ୟାବ୍ ପରୀକ୍ଷା କରାଯାଇଛି। ଦୁହେଁ ଏବେ ଅବଜରଭେସନ୍‌ରେ ରହିଥିବା ବେଳେ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇପାରିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *