Homeଓଡିଶାରାଜ୍ୟରେ ତିନି ମାସର ବସ ଟିକସ ଛାଡ କଲେ ରାଜ୍ୟ ସରକାର । ରାଜ୍ୟରେ ତିନି ମାସର ବସ ଟିକସ ଛାଡ କଲେ ରାଜ୍ୟ ସରକାର । July 15, 2021July 15, 2021THE SWARA ଭୁବନେଶ୍ୱର: ବସ ମାଲିକଙ୍କ ପାଇଁ ଖୁସିଖବର । ରାଜ୍ୟର ସମସ୍ତ ବସ ଉପରୁ ତିନି ମାସର ଟିକସ ଛାଡ କଲେ ସରକାର । କରୋନା ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ମାଲିକମାନେ ଟିକସ ଦେବାରେ ଅସମର୍ଥ ନେଇ ସରକାରଙ୍କ ନିକଟରେ ଦାବି ରଖିଥିଲେ । ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ବସ୍ ଉପରୁ ଛାଡ଼ ହୋଇଛି ୩ମାସର ପରିବହନ ଟିକସ। କରୋନା ଦ୍ବିତୀୟ ଲହରରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ବସ୍ ଚଳାଚଳରେ ସମସ୍ୟା ହେଉଥିଲା। ଫଳରେ କ୍ଷତି ସହିଥିଲେ ବସ ମାଲିକ । ତେଣୁ ଏପ୍ରିଲ, ମେ ଓ ଜୁନ ମାସ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ବସ ମାଲିକ ସଂଘ ଏନେଇ ସରକାରଙ୍କୁ ନିବେଦନ କରିଥିଲେ । ଏହା ପରେ ଆଜି ପରିବହନ ଟିକସ ଛାଡ କରିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନର ବସ ଉପରୁ ଟିକସ ଛାଡ଼ କରାଯାଇଛି । Advertisement
ଡାକ୍ତରଖାନରେ ମେଡ଼ିସିନ କେଳଙ୍କାରି , ସ୍ୱାସ୍ଥ୍ୟ ବିଭାଗର ସ୍ୱଚ୍ଛତା କୁ କଂଗ୍ରେସ ଉଠାଇଲା ପ୍ରଶ୍ନ । ଅନୁଗୋଳ : ଅନୁଗୋଳ ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତର ଖାନା କ୍ୱାଟର ଭଙ୍ଗା ବେଳେ କୋଟି କୋଟି ଟଙ୍କାର ମେଡ଼ିସିନ ମେଡ଼ିସିନ ବାହାରିବା କୁ ନେଇ ପ୍ରଶ୍ନ…
ଓଡ଼ିଶାର ଦୀର୍ଘତମ ‘ଟି-ସେତୁ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ. କଟକ: ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ସୋମବାର ଲୋକାର୍ପିତ ହୋଇଯାଇଛି। ଏହି ସେତୁଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। । ୧୧୧କୋଟି ବ୍ୟୟରେ ନିର୍ମିତ…
ବାଲେଶ୍ବର ତାମୁଳିଆ ବ୍ରିଜ୍ ଉପରେ ଦୁଇ ବସ୍ ମୁହାଁମୁହିଁ ଧକ୍କା, ୧୪ରୁ ଅଧିକ ଆହତ। ବାଲେଶ୍ୱର: ବାଲେଶ୍ବର ତାମୁଳିଆ ବ୍ରିଜ୍ ଉପରେ ଦୁର୍ଘଟଣା । ଦୁଇ ବସ୍ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୪ରୁ ଅଧିକ ଯାତ୍ରୀ ଆହତ ହୋଇଥିବା…